Saturday, November 14, 2026
Home ଆଞ୍ଚଳିକ ଗଦାଧରଙ୍କ ସଫଳତା ଓଡିଶା ପାଇଁ ଗୌରବ ।

ଗଦାଧରଙ୍କ ସଫଳତା ଓଡିଶା ପାଇଁ ଗୌରବ ।

87

ଶେରଗଡ଼ , ୨୯/୦୯/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ଭାର ଉତ୍ତୋଳନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବ୍ଲକ ତଥା ଓଡିଶା ପାଇଁ ଗୌରବ ସାଜିଛନ୍ତି l ସୂଚନାଯୋଗ୍ୟ ଯେ ଜାତୀୟ କ୍ରୀଡା ସଂଗଠନ ତରଫରୁ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଦିଲ୍ଲୀରେ ଏକ ଭାରଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଯେକୌଣସି ପ୍ରତିଯୋଗୀ ନିଜ ଓଜନର ଦୁଇ ଗୁଣ ଠାରୁ ସର୍ବାଧିକ ଓଜନ ଉଠାଇବେ ସେ କୃତିତ୍ୱ ଲାଭ କରିବେ l ସେହି ପ୍ରତିଯୋଗିତାରେ ଗଦାଧର ନିଜ ଓଜନ 60କେଜି ଥିବାବେଳେ 125 କେଜି ଓଜନର ଭାର ଉତ୍ତୋଳନ କରି ସମସ୍ତ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ବ୍ରୋଞ୍ଜ ପଦକ ପାଇବାରେ ଯୋଗ୍ୟ ବିବେଚିତ ହୋଇଥିଲେ l

ଗଦାଧରଙ୍କ ଏହି ସଫଳତାରେ ବିମୁଗ୍ଧ ହୋଇ ନରେନ୍ଦ୍ରପୁର ଗ୍ରାମ ପଂଚାୟତ ତରଫରୁ ସରପଞ୍ଚ ଗୁରୁନାଥ ପୋଲାଈ ସମ୍ବୋଧିତ କରି ଉତ୍ସlହିତ କରିବା ସଙ୍ଗେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ତଥା ସମସ୍ତ ଅଧିକାରୀ ଆନନ୍ଦିତ ହୋଇ ସନ୍ନମାନିତ କରି ଏହିଭଳି ସଫଳତା କ୍ରମାଗତ ଭାବେ ବଜାୟ ରହିବା ନିମନ୍ତେ କାମନା କରିଥିଲେ l

ଗଦାଧରଙ୍କ ଇଚ୍ଛାଶକ୍ତି ଏବଂ ନିରନ୍ତର ସାଧନା ଯୋଗୁଁ ପ୍ରଥମେ ସେ 2016 ରେ ମିଷ୍ଟର ଓଡିଶା ଓ ପରେ ମଧ୍ୟ୍ୟ ବିଭିନ୍ନ ପ୍ରତିଯୋଗିତାରୁ ସଫଳ ହୋଇ ପ୍ରାପ୍ତି କରିଥିବା ବିଭିନ୍ନ ପ୍ରକାର ଟ୍ରଫି, ପଦକ ଓ ମାନପତ୍ର ତାଙ୍କ ନିକଟରେ ଦେଖିବାକୁ ମିଳିଛି l ସମସ୍ତ ବର୍ଗରୁ ଆଶୀର୍ବାଦ ସଙ୍ଗେ ସଙ୍ଗେ ଯେକୌଣସି ଅନୁଷ୍ଠାନ କିମ୍ବା ସରକାରଙ୍କ ସହଯୋଗ ରହିଲେ ଚଳିତ ବର୍ଷ ହେବାକୁ ଥିବା

ପାରା ଅଲମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ସମଗ୍ର ଭାରତ ବର୍ଷରେ ନିଜ ଓଡିଶା ରାଜ୍ୟ ଓ ନିଜ ଦେଶକୁ ଗୌରବାନ୍ୱିତ କରିବା ଦେଖିଥିବା ସ୍ବପ୍ନକୁ ପୁରା କରିପାରନ୍ତି ବୋଲି ଗଦାଧର ନିଜେ ମତ ପ୍ରକାଶ କରିଛନ୍ତି l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।