Wednesday, November 11, 2026
Home ଆଞ୍ଚଳିକ ନଗୁଡୁ ନଟବର ଶିକ୍ଷା ନିକେତନରେ ପୋଷାକ ଓ ଯୋତା ବଣ୍ଟନ ମେଳା

ନଗୁଡୁ ନଟବର ଶିକ୍ଷା ନିକେତନରେ ପୋଷାକ ଓ ଯୋତା ବଣ୍ଟନ ମେଳା

35

।ବୁଗୁଡା,୨୯/୯(ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତ ନଗୁଡୁ ନଟବର ଶିକ୍ଷା ନିକେତନରେ ଆଜି ପୋଷାକ ଓ ଯୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ବାଇଁଙ୍କ ସଂଯୋଜନାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ସାମଲଙ୍କ ଅଧ୍ୟକ୍ଷତାରେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର କମିଟି ସଭାନେତ୍ରୀ ରଶ୍ମିତା ଖଟେଇ,କମିଟି ସଦସ୍ୟ ବଳରାମ ଆରୁଖ,ସବିତା ନାୟକ,ଗୀତାଞ୍ଜଳି ପ୍ରଧାନ ଏବଂ ସହକାରୀ ଶିକ୍ଷକ ଭଗବାନ ବିଷୋୟୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ୨୦୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଯୋତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ ବିଭୂପ୍ରସାଦ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀମାନେ ସୁପରିଚାଳନା କରିଥିଲେ ।