Friday, November 13, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ହିନ୍ଦୀ ପଖବାଡ଼ାର ସମାପନ ସମାରୋହ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ହିନ୍ଦୀ ପଖବାଡ଼ାର ସମାପନ ସମାରୋହ

46

ଆସିକା ତା ୨୯/୯(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କେଦାରନାଥ ପଣ୍ଡାଙ୍କ ପୌରହିତ୍ୟରେ ତଥା ହିନ୍ଦୀ ବିଭାଗର ମିଳିତ ସହଯୋଗରେ ହିନ୍ଦୀ ପଖବାଡ଼ାର ସମାପନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡେକାନ କଲେଜ, ବ୍ରହ୍ମପୁରର ହିନ୍ଦୀ ପ୍ରାଧ୍ୟାପିକା ଡ. ମମତା କୁମାରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ପ୍ରଥମେ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦ୍ବାରା ସମ୍ବର୍ଦ୍ଧିତ କରି ମଞ୍ଚାସୀନ କରାଯାଇଥିଲା। ଅତିଥିଙ୍କ ଦ୍ବାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାରବିନ୍ଦରେ ପ୍ରୟୋଗାଶାଳା ଶିକ୍ଷକ ଧନଞ୍ଜୟ ମହାପାତ୍ରଙ୍କ ବେଦପାଠ ମନ୍ତ୍ର ଧ୍ବନି ସହ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ହିନ୍ଦୀ ବିଭାଗର ଛାତ୍ରୀ ସୁଶ୍ରୀ ନିବେଦିତା ଏବଂ ସୁଶ୍ରୀ ରଚ଼ନା ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। କରିଥିଲେ। ହିନ୍ଦୀ ବିଭାଗ ମୁଖ୍ୟ ସୁଶ୍ରୀ ଜିନିତ୍ ସବା ସ୍ବାଗତ ଭାଷଣ ସହ ହିନ୍ଦୀ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପଣ୍ଡା ହିନ୍ଦୀର ଉତ୍କର୍ଷତା ଉପରେ ଆଲୋଚ଼ନା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆର୍ଶୀବଚ଼ନ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡ. ସ୍ମିତାରାଣୀ ପଣ୍ଡା ହିନ୍ଦୀ ଭାଷା କୁ ହିଁ ରାଷ୍ଟ୍ରଭାଷାର ମର୍ଯ୍ୟଦା ଦିଆଯାଉ ବୋଲି ମତ ପ୍ରକାଶ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ହିନ୍ଦୀ ସ୍ନାତକରେ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପାତ୍ରଙ୍କ ନିଜ ସଫଳତାର ଅନୁଭୂତିକୁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଉପସ୍ଥାପନା କରିଥିଲେ ଏବଂ ହିନ୍ଦୀ ବିଭାଗର ସମସ୍ତ ଅଧ୍ୟାପକ ତଥା ଅଧ୍ୟାପିକାଙ୍କୁ ଏହି ସଫଳତାର ଶ୍ରେୟ ପ୍ରଦାନ କରିଥିଲେ। ଯୁକ୍ତ ଦୁଇ ହିନ୍ଦୀ ବିଭାଗର ଛାତ୍ର ଟି. ସୁମନ ଆଚାରୀ ଏବଂ ଯୁକ୍ତ ତିନି ହିନ୍ଦୀ ସମ୍ମାନ ଛାତ୍ରୀ ମଧୁସ୍ମିତା ପାଣିଗ୍ରାହୀ ହିନ୍ଦୀ କବିତା ଓ ହିନ୍ଦୀ ସାୟେରୀ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଡ. ପାଣିଗ୍ରାହୀ “ଭାରତର ଏକତା ଓ ଅଖଣ୍ଡତାରେ ହିନ୍ଦୀ ଭାଷାର ମୁଖ୍ୟ ଭୂମିକା” ସଂଦର୍ଭରେ ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।

ହିନ୍ଦୀ ଦିବସ ପାଇଁ ଆୟୋଜିତ ହିନ୍ଦୀ ପ୍ରବନ୍ଧ ଓ ତର୍କ ବିତର୍କର କୃତି ଛାତ୍ରଛାତ୍ରୀ ମାନଙ୍କୁ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ହିନ୍ଦୀ ଟପ୍ପର ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପାତ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ହିନ୍ଦୀ ଅଧ୍ୟାପିକା ସୁଶ୍ରୀ ଏ. ଲକ୍ଷ୍ମୀ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।