Home ଆଞ୍ଚଳିକ ଜିଲ୍ଲା ପାଳ ଙ୍କ ଦ୍ଵାରା ପୁରସ୍କୃତ ହେଲେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ କର୍ମଚାରୀ

ଜିଲ୍ଲା ପାଳ ଙ୍କ ଦ୍ଵାରା ପୁରସ୍କୃତ ହେଲେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ କର୍ମଚାରୀ

44

ରାୟଗଡ଼ା -୨୯-୯( ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ସରକାରୀ କର୍ମଚାରୀ ମାନେ ଆଜି ରାୟଗଡ଼ା ଜିଲ୍ଲା ପାଳ ଙ୍କ ଦ୍ଵାରା ସମ୍ମାନିତ କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉଲ୍ଲେଖନୀୟ ଅବଦାନ ତଥା ସୋଛତା , ସମସ୍ତ ସରକାରୀ କର୍ମଚାରୀ ମାନଙ୍କ କାର୍ଯ୍ୟ ସକାଶେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାୟଗଡ଼ା ଜିଲ୍ଲା ପାଳ। ଏହିପରି ରାୟଗଡ଼ା ଜିଲ୍ଲାର ମୁନିଗୁଡା, ବିଷମକଟକ, ଗୁଡ଼ାରୀ,ଜମାଦେଇ ପେଣ୍ଠର ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନେ ମଧ୍ୟ ଆଜି ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଞ୍ଜୟ କୁମାର,ବି ପି ଏମ୍ ତପନ କୁମାର ପଣ୍ଡା, ସଞୁକ୍ତା କୁମାର ଗମାଙ୍ଗ,ଦିବେସ ଜାନୀ, ସୁମିତା ମହାପାତ୍ର ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।