
ଆସିକା ୨୯/୯(ଜିଲ୍ଲା ଖବର): ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ନୂତନ କୋଠାର ଭିଭି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆସିକା ବିଧାୟିକାଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି. ବିଶ୍ଵ ବ୍ୟାଙ୍କ ସହାୟତାରେ ଓଡିଶା ଉଚ୍ଚଶିକ୍ଷା ବିଭାଗ ପ୍ରୋଗ୍ରାମ ଫର ଏକ୍ସଲେନ୍ସ ଏଣ୍ଡ ଇକୁଟି ଯୋଜନା ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୩କୋଟି ୯୦ ଲକ୍ଷ ବ୍ୟୟ ଅଟକଳରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ତିନି ମହଲା ବିଶିଷ୍ଟ ଏକ
କୋଠା ର ଭୂମିପୂଜନ ହୋଇଛି ଏହି କାର୍ଯ୍ୟକ୍ରମ ରେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ଙ୍କ କରକମଳ ରେ ଭିଭି ପ୍ରସ୍ତର ସ୍ଥାପନ ହୋଇଥିବାବେଳେ ମୁଖ୍ୟ ଅତିଥ୍ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ପ୍ରଧାନ, ମହାବିଦ୍ୟାଳୟ ଅଧକ୍ଷ ଜୀବନାନନ୍ଦ ତ୍ରିପାଠୀ, ଆସିକା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମିତ କୁମାର ପତି, ଆସିକା ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ, ଖାରିଆ ସରପଞ୍ଚ ଜୟନ୍ତୀ ସାହୁ, ବିଯୁଜନତା ଦଳ ଜୋନ ସଭାପତି ନଚିକେତା ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଦିଲ୍ଲୀପ ପାଣିଗ୍ରାହୀ,ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଅଭିମନ୍ୟୁ ନାହାକ, ଆଇନଯିବି ବି.ମୋହନ ଦୋରା ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ, ପ୍ରକାଶ ଥାଉକି ୧୯୬୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ବିଜ୍ଞାନ ମହାବିଦ୍ୟାଳୟ କୋଠା ଠାରେ ଟେକ୍ନିକାଲ ହାଇସ୍କୁଲ ନିର୍ମାଣ
କରିଥିଲେ, ଏହା କିଛି ବର୍ଷ ପରେ ବନ୍ଦ ହୋଇଯାଇଥିଲା.ଦୀର୍ଘ ୬୧ ବର୍ଷରେ
ଏହି ପୁରୁଣା କୋଠା ଜରାଜୀର୍ଣ ଅବସ୍ଥାରେ ରହି ଆସୁଛି. ମହାବିଦ୍ୟାଳୟ ସକାଶେ ଦୀର୍ଘ ଦିନ ହେଲା ନୂତନ କୋଠା ସକାଶେ ଦାବି ହୋଇଆସୁଥୁଲା, ଆସିକା ବିଧାୟିକାଙ୍କ ପ୍ରଚେଷ୍ଟାରେ ଆଜି ଏହି ଭିଭି ପ୍ରସ୍ତର ସ୍ଥାପନ ପରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି, ଏହି ନୂତନ କୋଠା ନିର୍ମାଣ କୁ ନେଇ ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା ସହ ଆସିକା ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳି ଯାଇଛି ।


