Home ଆଞ୍ଚଳିକ ନିର୍ଗୁଣ୍ଡି ସରକାରି ଉଚ୍ଚ ବିଦ୍ୟାଳୟ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନିର୍ଗୁଣ୍ଡି ସରକାରି ଉଚ୍ଚ ବିଦ୍ୟାଳୟ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

98

ରାୟଗଡ଼ା , ୨୯/୦୯/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବଟକୃଷ୍ଣ ପଣ୍ଡା ଙ୍କ ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଷମକଟକ ବ୍ଲକ ଅନ୍ତର୍ଗତ ନିର୍ଗୁଣ୍ଡି ସରକାରୀ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ତଥା ଖଦି ଓ ଗ୍ରାମଦ୍ୟଗ ବୋର୍ଡ ସଦସ୍ୟ ଓଡ଼ିଶା ସରକାର ଙ୍କ ଶ୍ରୀଯୁକ୍ତ ପୃଥିରାଜ ସାହୁ ଓ ବିଷମ କଟକ ବ୍ଲକ ଉପାଦକ୍ଷ ତଥା ବିଜୁ ଜନତା ଦଳ ବ୍ଲକ ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟନାୟକ ,

CRC ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷାତ୍ରୀ ଉପସ୍ଥିତ ରହି ବିଷମ କଟକ ବ୍ଲକ ଏଜୁକେସନ ଅଫିସର ବଟ କୃଷ୍ଣ ପଣ୍ଡା ଙ୍କୁ ସମ୍ବର୍ଦ୍ଧନା ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ। ସେ ଜଣେ ଶାନ୍ତ ଓ ଶରଳ ବ୍ୟକ୍ତି ଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।