Home ଅପରାଧ ମହିଳା ଓ ଶିଶୁ ବିକାଶ ପକ୍ଷରୁ ୬ଟି ବାଲ୍ୟ ବିବାହକୁ ରୋକାଗଲା

ମହିଳା ଓ ଶିଶୁ ବିକାଶ ପକ୍ଷରୁ ୬ଟି ବାଲ୍ୟ ବିବାହକୁ ରୋକାଗଲା

53

ଆସିକା, ୬/୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ ବଡଖୋଲି ଗ୍ରାମପଚାଂୟତ ବଡଖୋଲି ଗ୍ରାମରେ ୬ଟି ବାଲ୍ୟ ବିବାହକୁ ଆସିକା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ରୋକିବାରେ ସଫଳତା ମିଳିଥିବା ଜଣାଯାଇଛି । ଏହି ୬ଟି ବାଲ୍ୟ ବିବାହା ମଧ୍ୟରେ ୨ଟି ନାବାଳିକାର ନିର୍ବନ୍ଧ କାର୍ଯ୍ୟ ସରିଥିବା ବେଳେ ଆଉ ୪ଟି ନାବାଳିକା ଆସନ୍ତା ଫେବୃୟାରୀ ମାସରେ ବିବାହ ଦିନ ଧାର୍ଯ୍ୟ ତାରିଖ ଠିକ ହୋଇଥିଲା । କୈାଣସି ବିଶଷ ସୂତ୍ରରୁ ଖବର ପାଇଁ ଆସିକା ମହିଳା ଓ ଶିଶୁ ବିକାଶ ବିଭାଗ ବଡଖୋଲି ଗ୍ରାମରେ ପହଚିଂ ଥିଲେ । ସେଠାରେ ନାବାଳିକା ମାନଙ୍କ ପରିବାରକୁ ଏପରି ନକରିବାକୁ ପରାମର୍ଶ ଦେଇଥିଲେ ।

ତେବେ ସମ୍ପୃକ୍ତ ପରିବାର ଏଥିରେ ସହମତ ହୋଇ ନଥିଲା ବେଳେ ଗ୍ରାମରେ କିଛି ଲୋକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିବା ଜଣାଯାଇଛି । ଏହାପରେ ଆସିକା ପୋଲିସ ସହାୟତାରେ ଆସିକା ସିଡିପିଓ ବଡଖୋଲି ଗ୍ରାମରେ ପହଚିଂ ଉକ୍ତ ପରିବାରକୁ ଏହି ବିବାହ ବନ୍ଦ କରିବା ସହ ସମ୍ପୃକ୍ତ ପରିବାର ଠାରୁ ସେମାନଙ୍କ ଝିଅକୁ ୧୮ ବର୍ଷ ହେଲେ ବିବାହ କରାଇବେ ବୋଲି ଲୀଖିତ ଭାବେ ଅଣାଯାଇଛି । ଏହା ସହିତ ସମସ୍ତ ପରିବାରର ବରିଷ୍ଠ ସଦସ୍ୟ ଓ ନାବାଳିକା ଝୀଆ ମାନଙ୍କ ବାପା ଓ ମା ମାନଙ୍କୁ ସମାଜରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ବାର୍ତା ଦେଇଥିଲେ । ବାଲ୍ୟ ବିବାହର ଅପକାରିତା,ଆଇନର ବିଭିନ୍ନ ଦିଗ ସମ୍ପର୍କରେ ବାର୍ତା ଦେବା ସହ ପ୍ରତିପରିବାର ସଚେତନତ ହୋଇ ବାଲ୍ୟବିବାହରୁ ନିବୃତ ରହିବାକୁ ବୁଝାଇଥିଲେ ।

ତତ ସହ ସ୍ୱଚ୍ଚତା ଓ ପ୍ରତିପରିବାର ପିଲାଙ୍କୁ ଗ୍ରାଜୁଏସନ ବାଧ୍ୟତାମୁଳକ ,ପ୍ରତିପରିବାରରୁ ନିଶାମୁକ୍ତ କରିବା ଓ ଆର୍ଥିକ ସ୍ୱଚ୍ଚଳତା ବଢାଇବା ପାଇ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଆସିକା ସିଡିପିଓ ଭାରତୀ ମହାପାତ୍ରଙ୍କ ତତ୍ୱାବାଧାବନରେ ଅନୁଷ୍ଠିତ ହୋଇଥିବା ବେଳେ ୬ଟି ବିବାହ କାର୍ଯ୍ୟ ବନ୍ଦ କରାଯାଇଥିଲା । ଯାହାର ବିବାହ କାର୍ଯ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା । ଏଥିରେ ଆସିକା ସିଡିପିଓ ଭାରତୀ ମହାପାତ୍ର,ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ କର୍ମକର୍ତା ଶିବ ପ୍ରସାଦ ରଥ, ସେଟଂର କୋର୍ଡିନେଟର ଚାଇଲଡ ହେଲପ ଲାଇନ ସଂଯୋଜକ ସାଇ ପ୍ରସାଦ ସାମଲ,ଆସିକା ଅଙ୍ଗନୱାଡି ସୁପରଭାଇଜର ଉଷା ପଟନାୟକ, ଇଟଂର ନ୍ୟାସନାଲ ଏଜେନ୍ସି ଆକ୍ସନ ଏଇଡ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ବଡଖୋଲି ଆଙ୍ଗନୱାଡି ସେଟଂର-୧ କେ.ଅନୁସୂୟା ରେଡି, ଅଙ୍ଗନୱାଡି ସେଟଂର-୨ ରଶ୍ମିତା ପାଣିଗ୍ରାହି,ଅଙ୍ଗନୱାଡି ସେଟଂର-୩ ଅନୁପମା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।