Wednesday, November 11, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

41

ଆସିକା , ୨୮/୦୯/୨୨ ( ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସୁନାମଧନ୍ୟ ପ୍ରାଧ୍ୟାପକ ପ୍ରଫେସର ରମେଶ ଚନ୍ଦ୍ର ଜାନୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା କର୍ମଚାରୀ ସଂଘ ତରଫରୁ ଦିଆଯାଇଛି। ଉକ୍ତ ଅବସରରେ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀ ଏବଂ କର୍ମଚାରୀ ସଂଘର ସଂପାଦିକା ଡ. ସ୍ମିତାରାଣୀ ପଣ୍ଡା ପୌରହିତ୍ୟ କରିଥିଲେ।

ସଂଘର ସମସ୍ତ କର୍ମକର୍ତ୍ତା ଅଧ୍ୟାପକ ଡ. ବିଜୟ କୁମାର ସିଂହ, ଅଧ୍ୟାପିକା ବନଶ୍ରୀ ମହାନ୍ତି, ରାସାୟନିକ ପ୍ରୟୋଗଶାଳା ଶିକ୍ଷକ ଧନଞ୍ଜୟ ମହାପାତ୍ର, ପିଇଟି ସନ୍ତୋଷ କୁମାର ପ୍ରଧାନ ତଥା ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା ମଞ୍ଚାସୀନ ଥିଲେ। ପ୍ରାୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ଜାନୀ ସାରଙ୍କ କର୍ମନିଷ୍ଠତା, ଛାତ୍ର ବତ୍ସଳ, ଉଦାରତା ତଥା ନିରାମୟ ବ୍ୟକ୍ତିତ୍ବର ପରିଚ଼ୟ ପ୍ରଦାନ କରିଥିଲେ।

ସେ ଜଣେ ଉଚ୍ଚକୋଟିର ବାଣିଜ୍ୟ ପ୍ରାଧ୍ୟାପକ ତଥା ସଂସ୍କୃତ ବାଣୀର ପ୍ରଗଲ୍ଭ ବକ୍ତା ଥିଲେ ବୋଲି ସମସ୍ତେ ମତ ପୋଷଣ କରିଥିଲେ। ଉକ୍ତ ଅବସରରେ ଅଧ୍ୟକ୍ଷ ତଥା କର୍ମଚାରୀ ସଂଘ ତରଫରୁ ଓଡିଶା ସରକାରଙ୍କ ଏସ୍.ଏସ୍.ବି ଦ୍ବାରା ନିଯୁକ୍ତି ପ୍ରାପ୍ତ ନୂତନଯୁବ ଅଧ୍ୟାପକ ତଥା ଅଧ୍ୟାପିକାମାନଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା। ପରିଶେଷରେ ପିଇଟି ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।