Home ଆଞ୍ଚଳିକ ଗୁଣୁପୁର ମହାବିଦ୍ୟାଳୟରେ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ।

ଗୁଣୁପୁର ମହାବିଦ୍ୟାଳୟରେ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ।

41

ରାୟଗଡ଼ା , ୨୮/୦୯/୨୨ ( ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲାର ଗୁଣୁପୁର ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପକ୍ଷ ରୁ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟନାରାୟଣ ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥପୁର ର ମେଡିକାଲ୍ ଅଫିସର୍ ଡାକ୍ତର କାଳୀ ପ୍ରସାଦ ପଣ୍ଡା ଯୋଗ ଦେଇ ପୋଷଣ ର ମାପଦଣ୍ଡ କିପରି ସ୍ଥିର କରାଯାଏ ତଥା ପୋଷଣ ଓ କୁପୋଷଣ ସମ୍ବନ୍ଧୀୟ ବିଭିନ୍ନ ଆବଶ୍ୟକୀୟ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼ଃ ଦେବିଶ୍ରୀ ମହାପାତ୍ର ରାଷ୍ଟ୍ରୀୟ ପୋଷଣ ମାସ ସମ୍ବନ୍ଧ ରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଏବଂ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ମହାବିଦ୍ୟାଳୟ ର ଅନ୍ୟତମ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀ ଅମୀୟ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତି ଅଭିଭାଷଣ ପ୍ରଦାନ କରିବା ଅବସରରେ କହିଥଲେ ଯେ ସ୍ଵେଚ୍ଛାସବୀ ମାନେ ନିଜ ଗାଁ ଓ ପରିବାରରେ ଯେପରି କେହି କୁପୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ।
ମହାବିଦ୍ୟାଳୟ ର ଏନ୍.ଏସ୍.ଏସ୍ ସ୍ଵେଚ୍ଛାସବୀ ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟା ରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ରିପୋର୍ଟ ରାମନାଥ ମହାନ୍ତି ଜ଼ୀଲ୍ଲା ଖବର