Thursday, November 12, 2026
Home ଆଞ୍ଚଳିକ ଧର୍ମ ପରାୟଣା ମହିଳାଙ୍କ ପରଲୋକ ।

ଧର୍ମ ପରାୟଣା ମହିଳାଙ୍କ ପରଲୋକ ।

114

ବେଲଗୁଣ୍ଠା, ୨୮/୦୯/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ଅଞ୍ଚଳ ବିଶିଷ୍ଟ ଧର୍ମ ପରାୟଣା ମହିଳା ପାର୍ବତୀ ଦେବୀ ପାଣିଗ୍ରାହୀଙ୍କର ୯୭ ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତା ପାର୍ବତୀ ବେଲଗୁଣ୍ଠା ଅଞ୍ଚଳରେ ଜଣେ ପରୋପକାରୀ ଏବଂ ସମାଜସେବୀକା ଭାବରେ ବେଶ୍ ପରିଚିତା ଥିଲେ I ଦୁଃଖୀଦରିଦ୍ରଙ୍କ ପେଟ ଚିହ୍ନିବାରେ ସେ ମାଆ ଠାରୁ କମ୍ ନଥିଲେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ପ୍ରକାଶ,ପ୍ରବାସ,ପ୍ରଶାନ୍ତଙ୍କ ସମେତ ବୋହୂ,ନାତି, ନାତୁଣି ଏବଂ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାର୍ବତୀଙ୍କ ଅନ୍ତିମ ଦର୍ଶନ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ଗ୍ରାମ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ପାର୍ବତୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି I