
ରାୟଗଡ଼ା , ୨୮?୦୯/୨୨ ( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ହାଟମୁନିଗୁଡା ପଞ୍ଚାୟତ ଟି ଭୈଗଳିକ ଦୃଷ୍ଟି କୋଣରୁ ବୃହତ ଥିବାରୁ ଅନେକ ଗ୍ରାମବାସୀ କୌଣସି ସମସ୍ୟା ର ଅଭିଯୋଗ ପାଇଁ ଗ୍ରାମ ପଞ୍ଚାୟତ କାର୍ଯାଳୟକୁ ଆସିବା ହେଉ ବା ସାଧାରଣ ବଣ୍ଟନ ରେ ଦିଆଯାଉଥିବା ଚାଉଳ ନେବାପାଇ ରେଳ ଲାଇନ ଡେଇଁ ବହୁ ଦୁର ଦୁରାନ୍ତ ଦେଇ ଆସିବାକୁ ପଡୁଥିଲା।

ତେଣୁ ଆଜକୁ ୫ ବର୍ଷ ତଳେ ଏହି ପଞ୍ଚାୟତ କୁ ବିଭାଜନ କରି ଦୁଇ ଭାଗ କରାଗଲା । ନୁତନ ଭାବରେ ଗଢା ଯାଇଥିବା ଡାଲିଆକୁଜି ଗ୍ରାମ ପଞ୍ଚାୟତ ଟି ଅସ୍ଥାୟୀ ଭାବେ ଚାଲୁଥିବା ବେଳେ ନୁତନ କୋଠା କାମ ସରିବା ପରେ ପଞ୍ଚାୟତ ର କାର୍ଯାଳୟ ଆରମ୍ଭ ହୋଇଥିଲେ

ସୁଧା ସେହି ପଞ୍ଚାୟତ ର ହିତାଧିକାରୀ ମାନେ ହାଟମୁନିଗୁଡା ପଞ୍ଚାୟତ ରୁ ଚାଉଳ ନେଉଥିବାରୁ, ନିଜ ପଞ୍ଚାୟତ ରେ ଚାଉଳ ଯୋଗାଇ ଦେବାକୁ ପଞ୍ଚାୟତ ବାସୀ ବହୁବାର ବିଡିଓ ଙ୍କୁ ଅନୁରୋଧ କରି ଆସୁଥିଲେ ।

ବିଷମକଟକ ବ୍ଲକରେ ନୁତନ ଭାବରେ କାର୍ଯ୍ୟ ରେ ଯୋଗ ଦେଇଥିବା ବିଡିଓ ଶ୍ରୀ ସଦାଶିବ ନାୟକ ଙ୍କୁ ପଞ୍ଚାୟତ ବାସି ଜଣାଇବା ପରେ ଆଜି ପ୍ରଥମ ଥର କରି ଡାଲିଆକୁଜି ପଞ୍ଚାୟତ ରେ ଚାଉଳ ବଣ୍ଟନ କରାଯାଇଛି,

ଯାହାକୁ ନେଇ ହିତାଧିକାରୀ ମାନେ ଖୁସିବ୍ୟକ୍ତ ହେବା ସହ ବିଡିଓ, ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଷମକଟକ ବିଡ଼ିଓ ଶ୍ରୀ ସଦାଶିବ ନାୟକ,

ପଞ୍ଚାୟତ ନିର୍ବାହୀ ଅଧିକାରୀ ମଳୟ ନାୟକ, ଜି ଆର ଏସ୍ ପୁରୁଷୋତମ ବିଭାର, ଜ୍ୟୋତି ପ୍ରସାଦ ସାହୁ, ଦେବୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


