
ଭଞ୍ଜନଗର ୨୮/୦୯/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଭାରତୀୟ ଜୀବନ ବୀମା ଏଜେଣ୍ଟ ମାନଙ୍କ ଅସନ୍ତୋଷ ଏପରି ପ୍ରକାଶ କରିଥିଲେ ଯେ ସମସ୍ତ ଏଜେଣ୍ଟ ମାନେ କଳା badge ପରିଧାନ କରିଥିଲେ ଓ ବୀମା ଅଫିସ ଆଗରେ ସ୍ଲୋଗାନ ଦେଇଥିଲେ।
ସେମାନଙ୍କ କହିବା କଥା ଯେ ସରକାର ଏଜେଣ୍ଟ ମାନଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ କୁ ଛଡ଼ାଇ ନେବା ସହ ସେମାନଙ୍କୁ ସଂକୁଛିତ କରାଯାଉଛି।

ସେମାନେ ଅନେକ ଦାବି ରଖିଥିଲେ ଏଜେଣ୍ଟ ଓ ଅଭିକର୍ତା ୱେବ ପୋର୍ଟାଲ କରିବା,ଏଜେଣ୍ଟ ମାନଙ୍କ କମିଶନ କୁ ବନ୍ଦ ନ କରିବା ଏକକ ଇଂସୁରାନ୍ସ ରେ କାମ କରିବା ଦାହ ବିମାଧାରୀଙ୍କ irda ମାରଣ ନୀତିକୁ ବିରୋଧ କରିଥିଲେ । ସର୍ବ ଭାରତୀୟ ସ୍ତରରେ ଏପରି ବିରୋଧ ଦିବସ ପାଳନ ହୋଇଛି।

ଭଞ୍ଜନଗର ଏଜେଣ୍ଟ ମାନଙ୍କ ସଭାପତି ଶିବ ଶଙ୍କର ସ୍ବାଇଁ, ସମ୍ପାଦକ ସନ୍ତୁନୁ କୁମାର ରଥ,ଦିଲ୍ଲୀପ କୁମାର,ମନୋଜ ରାଉତ,ସୂର୍ଯ୍ୟ ନାରାୟଣ,ସତ୍ୟ ନାରାୟଣ, ଗିରିଜା ପ୍ରସାଦ,ଗଙ୍ଗାଧର,ରାମ ଚନ୍ଦ୍ର,ମୁରଲୀ ସାହୁ,ରଘୁନାଥ ବେହେରା,ମହେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


