Home ଆଞ୍ଚଳିକ କେରାଣ୍ଡିତୋଳାରେ ବରିଷ୍ଠ ନାଗରିକ ମଞ୍ଚ ଉଦଘାଟିତ

କେରାଣ୍ଡିତୋଳାରେ ବରିଷ୍ଠ ନାଗରିକ ମଞ୍ଚ ଉଦଘାଟିତ

91
କେରାଣ୍ଡିତୋଳାରେ ବରିଷ୍ଠ ନାଗରିକ ମଞ୍ଚ ଉଦଘାଟିତ

ଛତ୍ରପୁର, ୦୬/୦୧/ (ଲକ୍ଷ୍ମୀ ନାରାୟଣ ମିଶ୍ର) ; କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମରେ ଗତ ୩ ମାସ ହେଲା ଗଠନ ହୌଇଥିବା ବରିଷ୍ଠ ନାଗରିକ ମଞ୍ଚକୁ ଛତ୍ରପୁରର ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଛନ୍ତି। ବରିଷ୍ଠ ନାଗରିକ ମାନେ ସମାଢର ଦିଗ୍ ଦର୍ଶକ ଏବଂ ସେମାନଙ୍କୁ କୌଣସି ସ୍ତରରେ ଅବହେଳା କରାଯିବା ଉଚିତ ନୁହେ ବୋଲି ବିଧାୟକ ବେହେରା ମତବ୍ୟକ୍ତ କରି ମଞ୍ଚର ନିବେଦନ ଅନୁଯାୟୀ ଏକ ଚିତ୍ତବିନୋଦନ କେନ୍ଦ୍ର ପ୍ରତିଷ୍ଠା ଏବଂ ଭାଗବତ ଟୁଙ୍ଗୀ ପାଇଁ ପ୍ରତିଶୃତି ଦେଇଥିଲେ। ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡି ସମ୍ମାନିତ ଅତିଥୀ ରୂପେ ଯୋଗଦେଇ ଗ୍ରାମାଞ୍ଚଳରେ ଏହି ଭଳି ଏକ ବରିଷ୍ଠ ନାଗରିକ ମଞ୍ଚ ଗଠନ ହୌଇଥିବାରୁ ଉଦ୍ୟୋକ୍ତା ମାନଙ୍କୁ ପ୍ରଶଂସା କରିଥିଲେ ଏବଂ ମଞ୍ଚର ଆବଶ୍ୟକତା ଅନୁଯିୟୀ ସହଯୋଗ କରିବାପାଇଁ ପ୍ରତିଶୃତି ଦେଇଥିଲେ।

ଆଗାମୀ କିଛି ଦିନ ମଧ୍ୟରେ ଗ୍ରାମରେ ବରିଷ୍ଠ ନାଗରିକ ମାନଙ୍କ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଏକ ସ୍ୟାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ମଞ୍ଚର ଉପଦେଷ୍ଟା କୋରା ମହାରଣା,ନିରଞ୍ଜନ ସାହୁ ଓଦୁଃଖୀଶ୍ୟାମ ପ୍ରଧାନ ମଞ୍ଚର କାର୍ଯ୍ୟକ୍ରମ ଉପରେ ମତ ଉପସ୍ଥାପନ କଳିଥିଲେ। କୋଷାଧ୍ୟକ୍ଷ ଢଟେଶ୍ବର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚର ସଂଯୋଜକ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଉଦଘାଟନ ଉତ୍ସବ ସଂଯୋଜନା କରିଥିଲେ। ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି ଘନଶ୍ୟାମ ସାହୁ,ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ,ଲକ୍ଷ୍ମଣ ପାଣିଗ୍ରହୀ,ପର୍ଶୁରାମ ପ୍ରଧାନ,ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ ଓ ଯୁବଗୋଷ୍ଠୀର ଅମରେଶ୍ବର ସାହୁ,ଦୁର୍ଯ୍ୟୋଧନ ପ୍ରଧାନ,ଅନିଲ୍ କାନ୍ତ ମହାରଣା,ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।