ଆଞ୍ଚଳିକଗଞ୍ଜାମଜିଲ୍ଲାମୁଖ୍ୟ ଖବର ଧରାକୋଟ ,ରୁଗୁମୁ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ By Zilla Khabar - September 28, 2022 86 FacebookXPinterestWhatsApp ଧରାକୋଟ,୨୭ ୯(ଜିଲ୍ଲା ଖବର) :ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ପ୍ରତିନିଧି ସୁଧାକର ସ୍ବାଇଁ,ପଞ୍ଚାୟତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ, ଜି ଆର ଏସ ଟୁଟୁ ନାହାକ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ପାଣିଗ୍ରାହୀ ପ୍ରମୁଖ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମ ପରିକ୍ରମା କରିଥିଲେ ।ସମସ୍ତ ଗ୍ରାମରେ ଡ଼ାକବାଜି ଯନ୍ତ୍ର ବ୍ୟବହୃତ କରି ପ୍ରଚାର ସହ ସରସ୍ଵତୀ ଶିଶୁ ମନ୍ଦିର ରୁଗୁମୁ ର ଛାତ୍ର ଛାତ୍ରୀଙ୍କୁ ନେଇ ସଚେତନତା ମୂଳକ ପଥ ପ୍ରାନ୍ତ ନାଟକ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ଲାଷ୍ଟିକ, କାଚ,କାଗଜ,ପଲିଥିନ ଓ ଅଦରକାରୀ ସାମଗ୍ରୀ କୁ ଗୋଟିଏ ସ୍ଥାନରେ ଜମା କରି ପରିବେଶର ସୁରକ୍ଷା କରିବା ପାଇଁ ଗ୍ରାମର ଲୋକଙ୍କୁ ବୁଝାଇ ଥିଲେ । ସମାଜ ସେବୀ ଅଶୋକ ସ୍ୱାଇଁ,ସୁରେଶ ସ୍ବାଇଁ ,ଶିଶିର ସ୍ୱାଇଁ ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ।