Home ଆଞ୍ଚଳିକ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପିର ସାଂଗଠନିକ ବୈଠକ ।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପିର ସାଂଗଠନିକ ବୈଠକ ।

59

ଭଞ୍ଜନଗର , ୨୭/୦୯/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଝାଙ୍କରେଇ ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନ ମଣ୍ଡଳୀର ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ ଏବଂ ମଣ୍ଡଳ ସଭାପତି ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଶେଷ କରି କେନ୍ଦ୍ର ସରକାରଙ୍କ ଯୋଜନାର କାର୍ଯ୍ୟକାରୀତା ର ବାର୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଓ ତୃଣମୂଳ ସ୍ତରରୁ ସଙ୍ଗଠନ କୁ କିପରି ମଜବୁତ କରାଯିବ ସେ ନେଇ ଗୁରୁମନ୍ତ୍ର ଦିଆଯାଇଛି। ଆଗାମୀ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗ୍ରସ୍ତ ଥିବା ରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି।

ଏଥିରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ,ଜୟନ୍ତୀ ପଢ଼ିଆରୀ, ନୀଳମଣି ବିଷୋୟୀ, ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠୀ, ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ତିଆଡି,କବିରାଜ ବେହେରା,ନିଳାଞ୍ଚଳ ଖିଲାର,ରବୀନ୍ଦ୍ର କୁମାର ଗୌଡ଼ ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।