
ଭଞ୍ଜନଗର , ୨୭/୦୯/୨୨ ( ଜିଲ୍ଲା ଖବର ) : ବାଉଁସଲଉଣ୍ଡି ରାଧାକୃଷ୍ଣ ପାଠାଗାର ତରଫରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ଉକ୍ତ ଆଲୋଚନା ଚକ୍ରର ଶିଶର୍କ ସମ୍ବିଧାନ ଓ ବୈଜ୍ଞାନିକ ଚିନ୍ତନ।କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ ନିରଂଜନ ପ୍ରଧାନ,ମୁଖ୍ୟ ଅତିଥି ବୈଦ୍ୟନାଥ ସାହୁ,ମୁଖ୍ୟ ବକ୍ତା ଡାକ୍ତର ରାଜେନ୍ଦ୍ର ବାଗ ଯୋଗଦେଇଥିଲେ।ରାଧାକୃଷ୍ଣ ପଠାଗାର ର ସମ୍ପାଦକ ଭଂଜ କିଶୋର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବିଧାନ ସ୍ୱୀକୃତ ବୈଜ୍ଞାନିକ ଚିନ୍ତାଧାରାକୁ ଯିବନରେ ଅନୁସରଣ କଲେ ସୁସ୍ଥ ସମାଜ ଗଠନ ହୋଇପାରିବ, ଅନ୍ଧ ବିଶ୍ୱାସ ,କୁସଂସ୍କାର କୁ ଯଦି ବୈଜ୍ଞାନିକ ଚିନ୍ତାଧାରା ରେ କାର୍ଯ୍ୟ କରିବା ଯଦି ଜୀବନ ସୁଖ ମୟ ହେବ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ମହାନ୍ତି,ପଦ୍ମ ପ୍ରଧାନ, ବିପଦ ରାଉତ,ହରେକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇଥିଲେ।ଶେଷରେ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ


