Thursday, November 12, 2026
Home ଆଞ୍ଚଳିକ ଯୁବମୋର୍ଚ୍ଚାର ଆସିକାରେ ପ୍ରସ୍ତୁତି ବୈଠକ।

ଯୁବମୋର୍ଚ୍ଚାର ଆସିକାରେ ପ୍ରସ୍ତୁତି ବୈଠକ।

45

ଆସିକା , ୨୭/୦୯/୨୨ ( ଜିଲ୍ଲା ଖବର ) : ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶା ଗ୍ରସ୍ତ ରେ ଆସୁଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଠାରେ ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦିପକ କୁମାର ପ୍ରଧାନ ଙ୍କ ତତତ୍ଵାବଧାନରେ ଭାଜପାର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ କୁମାର ଭଞ୍ଜ,ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚାର ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ଜଗନ୍ନାଥ ଭୂୟାଁ, ଅଥିତି ଭବେ ଯୋଗ ଦେଇ ସୟୂତ ମୋର୍ଚ୍ଚାରେ ଯୋଗଦେବା ପାଇଁ ଏବଂ ସଂଗଠନକୁ ସୁଦୃଢ କରିବା ସହ ମଣ୍ଡଳ କମିଟି ଗଠନ ସକାଶେ ଆଲୋଚନା କରିଥିଲେ। ଏଥିରେ ଉପ ସଭାପତି ଏମ ଚିନ୍ମୟ ରେଡ଼ି, ମିଟୁ ନାହାକ, ସତ୍ୟବାନ ସ୍ୱାଇଁ, ଜୟଦେବ ଜେନା, ସମ୍ପାଦକ ସତ୍ୟବାନ ଗୌଡ, ଦୁର୍ଗା ପ୍ରସାଦ ଆଚାରୀ, ସନ୍ତୋଷ କୁମାର ରାଉତ, ଦ୍ଵିତିକୃଷ୍ଣ ସ୍ବାଇଁ, ଆଲୋକ ଶତପଥୀ, ରାଜୀବ ଜେନା, ଗୁଟୁ ସେଠୀ ଓ ଆସିକା ନଗର ମଣ୍ଡଳ ସଭାପତି ଭି ଖୋକନ ରାଓ ପ୍ରମୁଖ ଉପସ୍ଥିତ ଥିଲେ।