Home Uncategorized ରାତି ରେ ନିଦ ହଯାଉଛି ହାତୀ ଦଳ ଗଭୀର ନିଦ୍ରା ରେ ବନବିଭାଗ ।

ରାତି ରେ ନିଦ ହଯାଉଛି ହାତୀ ଦଳ ଗଭୀର ନିଦ୍ରା ରେ ବନବିଭାଗ ।

48

ଭଞ୍ଜନଗର , ୨୬/୦୯/୨୨ ( ଜିଲ୍ଲା ଖବର ) : ଏଠି ମୁଜାଗଡ଼ ଫୋରେଷ୍ଟ ରେଞ୍ଜରେ ବନବିଭାଗ କର୍ମଚାରୀ ମାନେ ରାତି ହେଲେ ଗଭୀର ନିଦ୍ରାରେ ଶୋଇପଡ଼ନ୍ତି | ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥାନୀୟ ମୁଜାଗଡ଼ ଗ୍ରାମ ରେ କିଛି ଦନ୍ତା ହାତୀ ଦଳ ମୁଜାଗଡ଼ ଗ୍ରାମ ଭିତରେ ପଶି ଆସିଥିଲେ |

ବର୍ତ୍ତମାନ ଧାନ ଅମଳ ସମୟ ଯୋଗୁଁ ଧାନ ଖାଇବା ଆଶାରେ ହାତୀ ମାନେ ଫସଲ ଆଡକୁ ମାଡି ଆସୁଛନ୍ତି ,ଫସଲ ଖାଇବା ସହ ଫସଲ ନଷ୍ଟ କରୁ ଛନ୍ତି ।ଏଠି ଜଙ୍ଗଲ ଛାଡି ଜନବସତି ରେ ଉତ୍ତପାତ କରୁଛନ୍ତି ହାତୀ ଦଳ | କେଉଁଠି କାହାର ଘର ଭାଙ୍ଗୁଛନ୍ତି ତ କାହାର ସୁନାର ଫସଲ |

ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗ ହାତୀ ବିଦ୍ୟୁତ ଆଘାତ ରୁ ରକ୍ଷା ପାଇଁ ବିଦ୍ୟୁତ କାଟ କରୁଛନ୍ତି।ଏଠି ଅଣ ଦେଖା କରୁଛି ମୁଜାଗଡ଼ ଫୋରେଷ୍ଟ ରେଞ୍ଜର ରହିଥିବା କର୍ମଚାରୀ ମାନେ |

ମୁଜାଗଡ଼ ଗ୍ରାମରେ ବାରମ୍ବାର କରେଣ୍ଟ ଯିବା ଏବଂ ହାତୀ ଉତୁପାତ କୁ ନେଇ ଗ୍ରାମବାସି ଅସନ୍ତୋଷ ପ୍ରକାଶକରି ଭଞ୍ଜନଗର ଓ ଫୁଲବାଣୀ ର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ ଏବଂ ସମସ୍ତ ଗ୍ରାମବାସୀ ମିଳିମିଶି ହାତୀଦଳ ଗୁଡିକୁ ଘୋଡାଇବାକୁ ପ୍ରୟାସ କରିଥିଲେ |