
ଗଜପତି , ୨୫/୦୯/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ସେଠିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୨୩/୦୯/୨୦୨୨ ଓ ୨୪/୦୯/୨୦୨୨ ଦୁଇଦିନ ଧରି ମୋହନା ଓ ଆର.ଉଦୟଗିରି ଅଞ୍ଚଳରେ ଆର ଉଦୟଗିରି ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଡାଉରେ ବ୍ୟାପକ ଦେଶୀମଦ ସହ ପୋଚ ନଷ୍ଟ କରାଯାଇଛି ।
ଅବକାରୀ ନିରକ୍ଷକ ପ୍ରକାଶ କୁମାର ସାହୁ ଙ୍କ ନେତୃତ୍ବରେ ବିଶେଷ କରି ପାତ୍ରବସା, ତୁବୁରୁବା,ଗୁଡିସାହି ,ଝୁଲାବେନାସାହି ,ନୂଆସାହି ,ଭଳିଆସାହି ,ପଥରଗଡ, ଲବାରସିଙ୍ଗ,ଲୁହାଗୁଡି ଏହି ସମସ୍ତ ଗ୍ରାମଗୁଡିକରେ ଚଡାଉକରି ମହୁଲପୋଚ-୭୩୮୦ ଲିଟର,ଦେଶି ରନ୍ଧା ମହୁଲ ମଦ -୪୭୯ ଲିଟର ନଷ୍ଟ କରାଯାଇଥିଲା । ତାସହ ରନ୍ଧା କାର୍ଯ୍ୟରେ ବ୍ୟବହୃତ ସମସ୍ତ ସାରଞ୍ଜାମ ଗୁଡିକୁ ଜବତ କରାଯାଇଥିଲା ।

ନଷ୍ଟ କରାଯାଇଥିବା ସମସ୍ତ ମଦର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧହେବବୋଲି ସୂଚନାଦେବାସହ ଆଗାମୀ ପାର୍ବଣ ଲାଗି ଏହିସବୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ଏହି କାର୍ଯ୍ୟରେ ଜଡିତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରିଫ କରି କୋର୍ଟ କୁ ଚାଲାଣ କରିଛନ୍ତି ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



