
ବେଲଗୁଣ୍ଠା, ୨୫/୦୯/୨୨ ( ଜିଲ୍ଲା ଖବର ) : ଶୁକ୍ରବାର ସକାଳେ ୭ ଘଣ୍ଟ ସମୟରେ ବଡ଼ ନଦୀରେ ବୁଡ଼ିଯାଇ ସାନ ଦୋଡ଼ଙ୍ଗା ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଶାସନ ପଞ୍ଚାୟତ ସାନ ଦୋଡ଼ଙ୍ଗା ଗ୍ରାମର ସ୍ଵର୍ଗତ ଅଭିମନ୍ୟୁ ରାଉତଙ୍କ ସ୍ତ୍ରୀ ଅମି ରାଉତ(୫୬) ସକାଳ ୭ ଘଣ୍ଟା ସମୟରେ ଗାଁ ନିକଟରେ ଥିବା ବଡ଼ନଦୀକୁ ସବୁଦିନ ପରି ଗାଧୋଇବାକୁ ଯାଇ ଆଉ ଫେରିନଥିଲେ l
ଗ୍ରାମବସୀ ନଦୀ ତୁଠରେ ଅମି ଲୁଗାପଟା ଦେଖି ଅମିକୁ ଖୋଜାଖୋଜିଥିଲେ l ଅମି ନମିଳିବା ଯୋଗୁଁ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ଆସି ସକାଳ ୧୦ ଘଣ୍ଟା ସମୟରେ ଅମିର ମୃତଦେହ ବଡ଼ନଦିରୁ ଉଦ୍ଧାର କରିଥିଲେ I ଅମିଙ୍କର କେହି ପୁଅଝିଅ ନଥିବା ବେଳେ ଅମିଙ୍କ ମୃତ୍ୟୁ ଖବର ପାଇ ଅମିଙ୍କ ପୁତୁରା ପ୍ରକାଶ, ରମେଶ, ଶରତ, ସୁଶାନ୍ତ ପ୍ରମୁଖ ଆସି ଗ୍ରାମରେ ପହଞ୍ଚି ଥିଲେ I ଖବର ପାଇ ଶାସନ ସରପଞ୍ଚ ସରପଞ୍ଚ ଭଂଜନୀ ନାଇକ, ସମିତି ସଭ୍ୟ ପିନାକୀନୀ ବିଷୋୟୀ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ବିଷୋୟୀ, ସମାଜସେବୀ ଅଶୋକ ପରିଡ଼ା ପ୍ରମୁଖ ପହଞ୍ଚି ଅମିଙ୍କ ଅନ୍ତିମ କାର୍ଯ୍ୟ ପାଇଁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ l



