Saturday, November 14, 2026
Home ଆଞ୍ଚଳିକ ଅହିଂସା ରଥ କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।

ଅହିଂସା ରଥ କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।

85

ହିଞ୍ଜିଳିକାଟୁ , ୨୫/୦୯/୨୨ ( ଜିଲ୍ଲା ଖବର ) : ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଜାତୀୟତାର ବାର୍ତ୍ତା ବହନ କରି ପରିଭ୍ରମଣ କରୁଥିବା ଅହିଂସା ରଥକୁ ପ୍ରଥମେ ହିଞ୍ଜିଳି କାଟୁ,ଆସିକା ଓ ଧରାକୋଟ ବ୍ଲକ ଓ ଦୁଇଟି ଏନ ଏ ସି ପ୍ରଶାସନ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ନୀଳମଣି ପଟ୍ଟନାୟକ, ତହସିଲଦାର, ଗୋଷ୍ଠୀଉନୟନ ଅଧିକାରୀ, ଏନ ଏ ସି ଅଧିକାରୀ, ଜିଲ୍ଲାପରିଷଦ ଚେରମେନ,ଏନ ଏ ସି ଚେରମେନ ବିଭିନ୍ନ ଜନପତିନିଧି ଯୋଗ ଦେଇଥିଲେ l ବିଭିନ୍ନ ସ୍କୁଲର ଛାତ୍ର ଓ ଛାତ୍ରୀ ନୂତ୍ୟ ପରିବେଷଣ କରିଥିଲେ l

ଏହି ରଥ ହିଂଜିଳି ବ୍ଲକରୁ ବାହାରି ଚେରମାରିଆ ଠାରେ ପହଞ୍ଚିବା ପରେ ସେଠାରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ଲକ୍ ଅଧ୍ୟକ୍ଷା ତ୍ରିବେଣୀ ନାହାକ,ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ,ନାଚିକେତ ସ୍ବାଇଁ,ସତ୍ୟନାରାୟଣ ସ୍ୱାଇଁ, ଭଗବାନ ସାହୁ,ମନୋଜ ଦୋରା ସମେତ ପ୍ରଶାସନିକ ଅଧିକାରୀ ବି ଡି ଓ ଫକୀର ଚରଣ ପରିଡା,ତହସିଲଦାର ସଞ୍ଜୟ ସାମନ୍ତରାୟ,

ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ଆସିକା ଉପଖଣ୍ଡ ଅଧିକାରୀ ଉମାଶାଙ୍କର ସିଂ,ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଏବଂ ସରପଞ୍ଚ,ସମିତି ସଭ୍ୟ, ନିର୍ବାଚିତ ପ୍ରତିନିଧି, ସ୍କୁଲ,କଲେଜ ଛାତ୍ରଛାତ୍ରୀ, ମହିଳା ଓ ଯୁବ ସଙ୍ଗଠନ ଅହିଂସା ରଥ କୁ ପାଛୋଟି ଆଣିଥିଲେ।

ବସଷ୍ଟାଣ୍ଡ,ବିନାୟକ ବଜାର,କୋର୍ଟ ଛକ,ବଜାର ସାହି, ତଲୁକା ଦେଇ ବ୍ଲକ ଏବଂ ଥାନା ସମ୍ମୁଖରେ ରଥକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସଭାର ଆୟୋଜନ ହୋଇଥିଲା।ଏହି ଅବସରରେ ଅହିଂସା ରଥ ର ରାଜ୍ୟ ସଂଯୋଜକ, ଡି ଏସ ଏସ ଓ ,ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ।

ଗାନ୍ଧିଜୀଙ୍କ ସମେତ ଦେଶ ସ୍ୱାଧୀନତା ପାଇଁ ନିଜକୁ ଜଳାଞ୍ଜଳି ଦେଇଥିବା ବୀର ସଂଗ୍ରାମୀ ମାନଙ୍କର ଜୀବନୀ ଓ ସ୍ମୃତି ଉପରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ ସହ ଗଞ୍ଜାମ କଳା ପରିଷଦର କଳାକାର ମାନଙ୍କ ଦ୍ବାରା ଅହିଂସା ନାଟକ ପରିବେଷଣ କରାଯାଇଥିଲା।

ମିଶନ ଶକ୍ତି,ସ୍ଵୟଂ ସହାୟକ ଗୋଷ୍ଠୀ,ଏନ ସି ସି ଏବଂ ଅନ୍ୟାନ୍ୟ ସ୍ବେଛାସେବୀ ମନେ ଏଥିରେ ସହଯୋଗ କରିଥିଲେ। ଶେଷରେ ଧରାକୋଟ ବ୍ଲକ ରେ ଅହିଂସା ରଥ ପହଞ୍ଚି ଥିଲା l ସେଥି ସ୍ଥାନୀୟ ବ୍ଲକ ଅଧକ୍ଷା ଗୀତାଞ୍ଜଳି ସୁଲତନା ଦେବି,ଥାନା ଅଧିକାରିଣୀ ମମତା ସାମନ୍ତରାୟ,ବ୍ଲକ ଗୋଷ୍ଠି ଅଧିକାରୀ,ତହସିଲଦାର ଓ ଜନପ୍ରତିନିଧି ଯୋଗ ଦେଇଥିଲେ l


ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।