Wednesday, November 11, 2026
Home ଆଞ୍ଚଳିକ ନୂତନ ବିଦ୍ୟାର୍ଥୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ନୂତନ ବିଦ୍ୟାର୍ଥୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

79

ଧରାକୋଟ,୨୩/୯(ଜିଲ୍ଲା ଖବର) : ଧରାକୋଟ ବ୍ଲକର ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀକୁ ନୂତନ ଭାବେ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦ୍ଵାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ନବାଗତ ବିଦ୍ୟାର୍ଥୀ ମାନଙ୍କୁ ଫୁଲ,ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ଏହି ଅବସରରେ ଇତିହାସ ବିଭାଗ ଅଧ୍ୟାପକ ରଞ୍ଜନ କୁମାର ପଟଯୋଶି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ଦିଗାମ୍ବର ବିଶୋଇ ସଭାପତିତ୍ଵ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଶଙ୍କର ସାହୁ,k ଦୁର୍ଗା ପ୍ରସାଦ ଆଚାରି ଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହିଥିଲେ। ନବାଗତ ଙ୍କୁ ଶୃଙ୍ଖଳା, ସୈଖଇକ ବାତାବରଣ, ନିର୍ଭୟତା, ସୁରକ୍ଷା ଓ ଜୀବନ ପ୍ରକ୍ରିୟା ଗଠନ ପାଇଁ ଉପଦେଶ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟା ପିକା,କର୍ମଚାରୀ ମାନଙ୍କ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପରିଚୟ ପ୍ରଦାନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ନୂତନ ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଜ୍ଞାନ ବିଭାଗରେ 75 ଜଣ ଓ କଳା ବିଭାଗରେ 250 ଜଣ ଛାତ୍ର ଛାତ୍ରୀ ପ୍ରବେଶ କରିଥିଲେ ।