Saturday, November 14, 2026
Home ଆଞ୍ଚଳିକ ଶେରଗଡ଼ ବ୍ଲକ ରେ ଅହିଂସା ରଥକୁ ଭବ୍ୟ ସ୍ଵାଗତ

ଶେରଗଡ଼ ବ୍ଲକ ରେ ଅହିଂସା ରଥକୁ ଭବ୍ୟ ସ୍ଵାଗତ

104

ଶେରଗଡ଼,୨୩/୯(ଜିଲ୍ଲା ଖବର) : ସ୍ଵାଧୀନତାର 75 ବର୍ଷ ପୂର୍ତ୍ତିଅବସରରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ରେ ଆଜି ପହଞ୍ଚିଛି ଅହିଂସା ରଥ । ବ୍ଲକ ଠାରେ ଅହିଂସା ରଥ ପହଞ୍ଚିବା ପରେ ଶେରଗଡ଼ ଗୋଷ୍ଟୀଉନ୍ନୟ ଅଧିକାରୀ ଦେବାଶିଷ ବରାଲ ,ତହସିଲଦାର ଡ଼ ଦୟାସିନ୍ଧୁ ପରିଡା ,ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ,ବ୍ଲକ ଚ୍ୟାରମେନ କୃଷ୍ଣ ଚନ୍ଦ୍ର ନାୟକ ,ବ୍ଲକ ଯୁବ ସଭାପତି ସନ୍ତୋସ କୁମାର ପଟ୍ଟନାୟକ,ନିର୍ବାଚିତ ସମସ୍ତ ଜନପ୍ରତିନିଧି,ସମସ୍ତ ବିଜୁ କର୍ମୀ,ତଥା ସ୍କୁଲର ଛାତ୍ର ଛାତ୍ରୀ ,ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ଶଙ୍ଖ ହୁଳହୁଳି ଦେଇ ଅତି ଆଡମ୍ବର ସହ ସ୍ଵାଗତ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶୋଭାଯାତ୍ରା କରି ଅହିଂସା ରଥ ଶେରଗଡ଼ ବ୍ଲକ ଠାରୁ ବାହାରି ଶେରଗଡ଼ ମହାତ୍ମାଗାନ୍ଧୀ ସ୍କୁଲରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ସ୍କୁଲରେ ପହଂଚିବା ସମୟରେ ଶତାଧିକ ଛାତ୍ର ଛାତ୍ରୀ ପାରମ୍ପlରିକ ନାଚ ଗୀତ ସହ ଭବ୍ୟ ସ୍ୱାଗତ ଜଣାଇଥିଲେ l ଏହା ପରେ ଅହିଂସା ରଥ ଜଗନ୍ନାଥ ମନ୍ଦିର ସାମ୍ନାରେ ପହଂଚି ଏକ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ଅହିଂସା ରଥ ପରିକ୍ରମାର ଉଧେଶ୍ୟ ଉପରେ ନେତୃବୃନ୍ଦ ମାନେ ଉଦବୋଧନ ଦେବାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ପ୍ରଦର୍ଶନ ହୋଇଥିଲା l ଏହି ଶୋଭାଯାତ୍ରା ମୁଖ୍ୟ ରାଜରାସ୍ତା ଦେଇ ହୋଇଥିବା ଯୋଗୁଁ ଟ୍ରାଫିକ ସମସ୍ୟା କୁ ଆଖିଆଗରେ ରଖି ପୋଲିସ କର୍ମଚାରୀ ମାନେ ନିୟୋଜିତ ହୋଇ ନିଜର ଗୁରୁ ଦାୟିତ୍ୱ ତୁଲାଇଥିଲେ l ଅହିଂସା ରଥର ମୁଖ୍ୟ ତାପ୍ତର୍ଜ୍ୟ କଣ ତାହା ଡିଜିଟାଲ ପରଦା ମାଧ୍ୟମରେ ଦର୍ଶକ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା l ଏଥିରେ ଗଞ୍ଜାମ ଜିଲ୍ଲାର ନୂତ୍ୟ କଳାର ଅଧିକାରୀ ମାନେ ଯୋଗ ଦେଇଥିଲେ l ହରିଚରଣ ମିଶ୍ର କହିଥିଲେ ପ୍ରଥମେ ଆମକୁ ପୋଡାମାରି, ଦିଗପହଣ୍ଡିରେ ମଧ୍ୟ ଅହିଂସା ରଥକୁ ସ୍ୱlଗତ କରିଥିଲେ l ଶେଷରେ ଶେରଗଡ଼ ବ୍ଲକରେ ଯେଉଁ କାଯ୍ୟକ୍ରମ ହେଲା ସବୁଠାରୁ ଉତ୍ତମ ହେଇଥିଲା l ଶେରଗଡ଼ର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ l ସେ କହିଥିଲେ ଏତେ ପରିମାଣରେ ଜନସାଧାରଣ ଯୋଗ ଦେଇ ଆମକୁ ସ୍ୱlଗତ କରିଥିଲେ ତାହା କହିବା କଥା ନାହିଁ l କାଯ୍ୟକ୍ରମ ଆରମ୍ଭ ହେଵା ସମୟରେ ବର୍ଷା ରାଣୀ ମଧ୍ୟ୍ୟ ସ୍ୱାଗତ କରିଥିଲା l
ରିପୋର୍ଟର: ଅଖିଳ କୁମାର ପଟ୍ଟନାୟକ