
ମୋହନା , ୨୨/୦୯/୨୨ ( ଜିଲ୍ଲା ଖବର ) : ସ୍ଵାଧୀନତାର 75 ବର୍ଷ ପୂର୍ତ୍ତିଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଆଜି ପହଞ୍ଚିଛି ଅହିଂସା ରଥ । ବ୍ଲକ ଠାରେ ଅହିଂସା ରଥ ପହଞ୍ଚିବା ପରେ ମୋହନା ବିଡିଓ ,ତହସିଲଦାର,ଥାନା ଅଧିକାରୀ ,ବ୍ଲକ ଚ୍ୟାରମେନ ,ତଥା ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ,ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ଅତି ଆଡମ୍ବର ସହ ସ୍ଵାଗତ ଜଣାଇଥିଲେ ।
ମୋହନା ବ୍ଲକ ଠାରୁ ଏହିରଥ ବାହାରି ଅନେକ ପଞ୍ଚାଯତ କାର୍ଜ୍ୟାଳୟ ଠାରେପହଞ୍ଚିଥିଲା । ଚନ୍ଦ୍ରଗିରି ଗ୍ରାମ ପଞ୍ଚାଯତ କାର୍ଜ୍ୟାଳୟ ସମୁଖର ପହଞ୍ଚିବା ବେଳେ ଶତାଧିକ ଛାତ୍ର ଛାତ୍ରୀ ପାରମ୍ପରିକ ନାଚଗୀତରେ ଭବ୍ୟ ସ୍ଵାଗତ ଜଣାଇଥିଲେ ।


ଏହା ମୁଖ୍ୟ ରାଜରାସ୍ତା ହୋଇଥିବାରୁ ଟ୍ରାଫିକ ସମସ୍ୟା କୁ ଆଖିଆଗରେ ରଖି ପୋଲିସ କର୍ମଚାରୀ ମାନଙ୍କୁ ନିଯୋଜିତ କରାଯାଇଥିଲା । ଏଥିରେ ଚନ୍ଦ୍ରଗିରି ସରପଞ୍ଚ ରଜନୀ କାନ୍ତ ପ୍ରଧାନ ,ଗ୍ରାମସେବକ ,ସମସ୍ତ ଅଙ୍ଗନବାଡି କର୍ମୀ ,ଆସା କର୍ମୀ


,ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗ୍ରାମ ବାସୀ ମାନେ ଉପସ୍ଥିତ ରହି ଥିଲେ । ଅହିଂସା ରଥର ମୁଖ୍ୟ ତାପ୍ତର୍ଜ୍ୟ କଣ ତାହା ଡିଜିଟାଲ ପରଦା ମାଧ୍ୟମରେ ଦର୍ଶକ ମାନଙ୍କୁ ଦେଖାଇଥିଲେ ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



