Home ଆଞ୍ଚଳିକ ବିଶ୍ବହିନ୍ଦୁ ପରିଷଦର ବିଭାଗ ବୈଠକ ରାୟଗଡ଼ ଠାରେ ଅନୁଷ୍ଠିତ ।

ବିଶ୍ବହିନ୍ଦୁ ପରିଷଦର ବିଭାଗ ବୈଠକ ରାୟଗଡ଼ ଠାରେ ଅନୁଷ୍ଠିତ ।

43

ରାୟଗଡ଼ା , ୨୨/୦୯/୨୨ (ଜିଲ୍ଲା ଖବର) : ବିଶ୍ବହିନ୍ଦୁ ପରିଷଦର ବିଭାଗୀୟ ବୈଠକ ରାୟଗଡ ଗାୟତ୍ରୀ ନଗର ସ୍ଥିତ ପ୍ରେମ ପାହାଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହେଇଯାଇଛି। ଵିଶ୍ଵହିନ୍ଦୁ ପରିଷଦ ରାୟଗଡ଼ା ବିଭାଗ ର ବୈଠକରେ ଆଦରଣୀୟ ଶ୍ରୀ ବିନାୟକ ରାଓ ଜୀ ଦେସପାଣ୍ଡେ , କେନ୍ଦ୍ରୀୟ ସଙ୍ଗଠନ ମହା ମନ୍ତ୍ରୀ ଙ୍କ ଅଧକ୍ଷତା ରେ ଦିନାଙ୍କ ରେ ହୋଇଥିଲା ଯେଉଁଥିରେ ଗୁଣୁପୁର , ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲା ର କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ।

ଏହି ବୈଠକରେ ଜିଲ୍ଲା ପ୍ରଖଣ୍ଡ ବିଭାଗର ହିନ୍ଦୁତ୍ୱ ବିଷୟରେ ଚର୍ଚ୍ଚା କରାଯାଇଥିଲା। କିପରି ହିନ୍ଦୁ ମାନଙ୍କୁ ସଂଘଟିତ କରିବା, ପରବର୍ତନ ପରିବାରଙ୍କୁ ପ୍ରତ୍ୟାବର୍ତ୍ତନ କରାଇବା, ହିନ୍ଦୁ ଦେବଦେବୀଙ୍କୁ ଅପମାନ ଦେଉଥିବା ବିଧର୍ମୀଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଇବା, ପୁରାତନ ସଂସ୍କୃତିକୁ କିପରି ରକ୍ଷା କରିବା,

ଜିଲ୍ଲାର ସବୁ ପ୍ରଖଣ୍ଡରେ କମିଟିର ପୂର୍ଣ୍ଣାଙ୍ଗ କରାଇବା, ଗ୍ରାମ ଗ୍ରାମ ମାନଙ୍କରେ ଧର୍ମ ରକ୍ଷକ ସୃଷ୍ଠି କରାଇବା, ହିନ୍ଦୁ ଧର୍ମ ପ୍ରତି ସଚେତନ କରାଇବା, ପୂଜା ପଦ୍ଧତିକୁ ତ୍ୱରାନ୍ୱିତ କରିବା, ଭାଗବତ ଟୁଙ୍ଗି ସ୍ଥାପନ କରିବା, ସଂକୀର୍ତ୍ତନ ମଣ୍ଡଳୀ ସୃଷ୍ଠି କରାଇବା ସନ୍ଧ୍ୟା ସତସଙ୍ଗ କରିବା ଭଳି ଅନେକ ହିନ୍ଦୁ ଉତ୍ଥାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଶ୍ରୀ ଦେଶ ପାଣ୍ଡେଜି କହିଥିଲେ କି ହିନ୍ଦୁ ଜାଗ୍ରତ ପ୍ରହରୀ ଭଳି କାମ କରିବା କଥା। ସେହିଭଳି ବିଶ୍ୱ କଲ୍ୟାଣ ସମିତିର ସଂସ୍ଥାପକ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜି ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି କି ବ୍ୟକ୍ତିତ୍ୱ ନିର୍ମାଣରେ ଆଧ୍ୟାତ୍ମିକତା ଭରି ରହିଛି ତେଣୁ କୁ ସଂସ୍କାର ଦୂର କରି ସେହି କାମରେ ପରିଷଦ ଲାଗି ପଡିବା କଥା।

ସେହିଭଳି ଅନୁରୂପ କଥା କହିଛନ୍ତି କ୍ରାନ୍ତିକାରୀ ଆଶ୍ରମର ପ୍ରତିଷ୍ଠାତା ସନ୍ୟାସୀ ସ୍ୱରୂପନନ୍ଦ ଗିରୀ ଯୋଗଦେଇଥିଲେ। ଜିଲ୍ଲା ସଭାପତି ଗୌରଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏହି ସଭାକର୍ଯ୍ୟ ପରିଚାଳନା ହେଇଥିଲା।

ତାଙ୍କ ସହ କାର୍ଯ୍ୟକାରୀ ସଭାପତି ଆନନ୍ଦରଓ,ପିଜି ପଟନାୟକ,ରାଜକୁମାର ସିହ୍ନା,ପଶ୍ଚିମ ପ୍ରାନ୍ତ ଉପ ସଭାପତି ପ୍ରଫୁଲ କୁମାର ପାତ୍ର,ସହ ପ୍ରାନ୍ତଃ ସଂଯୋଜକ ବିନିତା ସିହ୍ନା,ବିଭାଗୀୟ ସଭାପତି ବିଜୟ ଚୌଧୁରୀଜିଲ୍ଲା ଉପସଭାପତି ଆଲୁ ଶଙ୍କର ରାଓ,

ଗୋକୁଳାନନ୍ଦ ରାଉତ,ରଞ୍ଜିତ ସିହ୍ନା,ସମ୍ପାଦକ କୁନୁ ରମେଶ, ସହ ସମ୍ପାଦକ ରାମଚନ୍ଦ୍ର ସାହୁ,ପି ପ୍ରବୀଣ କୁମାର,କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ମହାନ୍ତି ଓ ୨୦୦ କର୍ମୀମାନେ ଯୋଗ ଦେଇଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।