
ପାତ୍ରପୁର , ୨୧/୦୯/୨୨ ( ଜିଲ୍ଲା ଖବର ) : ପାତ୍ରପୁର ବ୍ଳକ ବି. ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ବି. ନୂଆଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଦ୍ୟ ତା ୨୦/୦୯/୨୨ ରିଖ ମଙ୍ଗଳବାର ଦିନ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଭାସ୍କର ବେହେରା ସଭାପତିତ୍ବ କରିଥିଲାବେଳେ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ପାଢ଼ୀ , ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ଚୌଧୁରୀ, ପୂର୍ବତନ ସିଆରସିସି ଭେଙ୍କଟ ରାଓ , ବର୍ତ୍ତମାନ କାର୍ଯ୍ୟରତ ସିଆରସିସି ବାଲ ଗୋବିଳ ପଣ୍ଡା ବିଦ୍ୟାଳୟ କମିଟିର ସମସ୍ତ ସଭ୍ୟ ସଭ୍ୟା ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିଲୋଚନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୧୦୭ ଜଣ ପୁଅ , ୧୦୦ ଜଣ ଝିଅ ମୋଟ ୨୦୭ ଜଣଙ୍କୁ ପୋଷାକ , ଜୋତା , ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ସିମାଞ୍ଚଳ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଶିକ୍ଷକ ଶ୍ରୀ ମୋହନ ଶବର , ପ୍ରଶାନ୍ତ କୁମାର ହେମ୍ରମ , ମେଘନାଦ ବେହେରା , ଶିକ୍ଷୟିତ୍ରୀ ପୁଷ୍ପଲତା ଲେଡ଼୍ଡା , ପ୍ରମିଳା କୁମାରୀ ଦେବୀ ଓ ବିଦ୍ୟାଳର ମନ୍ତ୍ରୀ ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


