Wednesday, November 11, 2026
Home ଆଞ୍ଚଳିକ ସାତଭଉଣୀ ନାଳରେ ଭାଇଯାଇ ବୃଦ୍ଧଙ୍କ ମୃତ୍ୟୁ l

ସାତଭଉଣୀ ନାଳରେ ଭାଇଯାଇ ବୃଦ୍ଧଙ୍କ ମୃତ୍ୟୁ l

79

ଶେରଗଡ଼, ୨୦/୦୯/୨୨ ( ଜିଲ୍ଲା ଖବର ) : ଶେରଗଡ଼ ଥାନା ଅଧିନସ୍ଥ କୁମାରପାଣି ଗ୍ରାମରେ ଥିବା ସାତଭଉଣୀ ନାଳରୁ ମଙ୍ଗଳବାର ଦିନ ସକାଳୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି l ସୂଚନା ଯୋଗ୍ୟ ଯେ ସକାଳୁ କୁମାରପାଣି ଗ୍ରାମର ଉଦୟନାଥ ନାୟକ ବୟସ ପ୍ରାୟ ୮୪ ବର୍ଷ, ନିଖୋଜ ଥିଲେ l ପରିବାର ଲୋକେ ସମସ୍ତ ବନ୍ଧୁବାନ୍ଧବ ଓ ସମ୍ପୂର୍ଣ ଗ୍ରାମ ଖୋଜାଖୋଜି କରିବା ସତ୍ୱେ କୌଣସି ସନ୍ଧାନ ପାଇନଥିଲେ l ପରିଶେଷରେ ଗ୍ରାମରେ ଥିବା ସାତଭଉଣୀ ନାଲର ଥିବା ଡ୍ୟାମର କବାଟ ଖୋଲିବାକୁ ଯାଇଥିବା କିଛି ଗ୍ରାମବାସୀ ଉଦୟନାଥ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ ଓ ପରିବାରକୁ ସୂଚନା ଦେଇଥିଲେ l

ସଙ୍ଗେ ସଙ୍ଗେ ଉଦୟନାଥଙ୍କୁ ଶେରଗଡ଼ ମେଡିକାଲ ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଶେରଗଡ଼ ପୋଲିସ କେସ ନମ୍ବର ୧୮/୦୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଆସିକା ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ l ସମାଜସେବୀକା ସୁଜାତା ପ୍ରଧାନ ମୃତ ପରିବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେବା ସହ ପାଞ୍ଚ ହଜାର ଆର୍ଥିକ ସହାୟତା କରିଥିଲେ l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ