Home ଆଞ୍ଚଳିକ ପ୍ରଧାନ ଶିକ୍ଷକ ଙ୍କ ସମ୍ବର୍ଦ୍ଧନା ସଭାରେ ମାତିଛନ୍ତ ଶିକ୍ଷକ ମଙ୍ଗଳ ବାର ଦିନ ବିଦ୍ୟାଳୟ ଖୋଲାଯାଇ...

ପ୍ରଧାନ ଶିକ୍ଷକ ଙ୍କ ସମ୍ବର୍ଦ୍ଧନା ସଭାରେ ମାତିଛନ୍ତ ଶିକ୍ଷକ ମଙ୍ଗଳ ବାର ଦିନ ବିଦ୍ୟାଳୟ ଖୋଲାଯାଇ ନାହିଁ।

167

ରାୟଗଡ଼ା , ୨୦/୦୯/୨୨ ( ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ଦିନ ପ୍ରଧାନ ଶିକ୍ଷକ ପ୍ରୋମଦ କୁମାର ପରିଡ଼ା ଙ୍କୁ ବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷକ ବିଦାୟକାଳୀନ ଦୁଇ ବର୍ଷ ପରେ ଦୁଇ ଦୁଇ ଥର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶ ଥାଉ କି ଯେ ପ୍ରଥମେ ବିଦ୍ୟାଳୟ ତରଫରୁ ବର୍ତ୍ତମାନ ଆଜି ବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସରକାର ପିଲା ପାଠ ପଢିବା ପାଇଁ ଅନେକ ଯୋଜନା କରୁଛନ୍ତି ହେଲେ ଏହି ବିଦ୍ୟାଳୟରେ ତାହା ଭିନ୍ନ ଏକ ରୂପରେ ଦେଖିବାକୁ ମିଳିଛି। କାର୍ଯ୍ୟ ଦିବସରେ ଦୁଇ ଦିନ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିଲାଙ୍କ ପାଠପଢାରେ ଅସୁବିଧା ସୃଷ୍ଟି ହୋଇଛି। ମଙ୍ଗଳବାର ଦିନ ବିଦ୍ୟାଳୟ ଛୁଟି ଥିବାରୁ ଆମେ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂରୁନ ଚନ୍ଦ୍ର ବରିଆ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଁ ଆଜି ବିଦ୍ୟାଳୟ ଛୁଟି ରହିବା କଥା ନୁହେଁ ମୁଁ ସେହି ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ଯୋଗାଯୋଗ କରିବି ବୋଲି କହିଛନ୍ତି। ଏହି ସମ୍ପର୍କରେ ଆମେ ରାୟଗଡ଼ା ଜିଲ୍ଲା ପାଳ ଙ୍କୁ ମଧ୍ୟ ଜଣାଇଛୁ। ଦେଖିବାକୁ ବାକି ରହିଲା ତଦନ୍ତ କରି ଦୋଷୀ ଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।