Home ଆଞ୍ଚଳିକ ଚନ୍ଦ୍ରପୁରରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣା । ମାଓବାଦୀ ନେତା ସବ୍ୟସାଚୀ ନିର୍ଦ୍ଦୋଶରେ ଖଲାସ ।

ଚନ୍ଦ୍ରପୁରରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣା । ମାଓବାଦୀ ନେତା ସବ୍ୟସାଚୀ ନିର୍ଦ୍ଦୋଶରେ ଖଲାସ ।

76

ରାୟଗଡ଼ା , ୨୦/୦୯/୨୨ ( ଜିଲ୍ଲା ଖବର)-ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ମୁଚିଗୁଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ମାମଲାରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଗୁଣପୁର ଏଡିଜେ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଗତ ୨୦୧୩ ମସିହା ମାର୍ଚ୍ଚ ୬ ତାରିଖରେ ସିଆରପିଏଫ ଜବାନଙ୍କ କୁମ୍ବିଂ ଅପରେସନ୍ ବେଳେ ସବ୍ୟସାଚୀ ଜଙ୍ଗଲରୁ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ। ଏହା ପରେ ଜଙ୍ଗଲ ଭିତରର ମାଓ ଆଡ୍ଡାରୁ ଏକ ଟିଫିନ ବୋମା, ୧୨ ଭୋଲଟ ବ୍ୟାଟେରି, ତାର, ବ୍ୟାନର ଓ ନଥିପତ୍ର ଜବତ କରିଥିଲେ।

ଉକ୍ତ ଘଟଣାରେ ସବ୍ୟସାଚୀଙ୍କ ବିରୋଧରେ ଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୨୦ ଜଣଙ୍କ ସାକ୍ଷ୍ୟଙ୍କୁ ଭିତ୍ତି କରି ଏଡିଜେ ମାନସ ରଂଜନ ରଥ ସବ୍ୟସାଚୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ପୋଲିସ ଏହି ମାମଲାରେ ଦେଇଥିବା ଚାର୍ଜସିଟ୍ ଅନୁଯାୟୀ କୋର୍ଟରେ ଆବଶ୍ୟକୀୟ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଥିବା ସବ୍ୟସାଚୀ ଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ କହିଛନ୍ତି। ଏଥି ପୁର୍ବରୁ ଗୁଣପୁର ର ବିଭିନ୍ନ କୋର୍ଟରେ ୧୩ଟି ମକଦମା ରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି।‌‌

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।