
ବ୍ରହ୍ମପୁର: ନେହେରୁ ନଗର ପ୍ରାଥମିକ ବିଦ୍ୟାଳୟରେ ସଭାପତି K.ଇନ୍ଦିରାଙ୍କର ଅଧକ୍ଷତାରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବି.ଇ.ଓ ଡା. ପ୍ରଭାତୀ କୁମାର ମହାପାତ୍ର ଯୋଗଦେଇ ପିଲାମାନଙ୍କୁ ଭଲ ପାଠ ପଢିବା ସହ ସ୍କୁଲର ଗୌରବକୁ ଉଛରେ ରଖିବାକୁ ଉଦ୍ବୋଧନ ଦେଇଥିଲେ। ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ଦଳାଇ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ରୂପେ ନେହୁରୁ ନଗର ଉନ୍ନୟନ ସଙ୍ଘର ସଭାପତି ଶ୍ରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଶୁଭକାମନା କରିଥିଲେ। ଅତିଥି ରୂପେ ସ୍ଥାନୀୟ କାର୍ପରେଟର ଶ୍ରୀମତୀ ପାର୍ବତୀ ପ୍ରଧାନ ଯୋଗଦେଇ ଥିଲେ। ଶ୍ରୀମତୀ ସ୍ମିତାରାଣୀ ପଣ୍ଡା, ଲିଲିମା ପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଶିକ୍ଷୟତ୍ରୀ ରିନାମଣି ପାଳ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ପୁରାତନ ଛାତ୍ର ଶ୍ରୀ ଦୀପକ କୁମାରଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଥନା କରାଯାଇଥିଲା।
ରିପୋର୍ଟ: ପ୍ରଫୁଲ୍ଲ ସାବତ।



