Saturday, November 14, 2026
Home ଆଞ୍ଚଳିକ ବିଶ୍ୱକର୍ମା ସମାଜ ପକ୍ଷରୁ ୩୯ ତମ ତାଳୁକା ସ୍ଥରୀୟ ବିଶ୍ୱକର୍ମା ପୂଜା ଓ ସାଧାରଣ ଅଧିବେଶନ...

ବିଶ୍ୱକର୍ମା ସମାଜ ପକ୍ଷରୁ ୩୯ ତମ ତାଳୁକା ସ୍ଥରୀୟ ବିଶ୍ୱକର୍ମା ପୂଜା ଓ ସାଧାରଣ ଅଧିବେଶନ ଅନୁଷ୍ଠିତ ।

80

ଶେରଗଡ଼ , ୧୭/୦୯/୨୨ ( ଜିଲ୍ଲା ଖବର ) : ଶେରଗଡ଼ ତାଳୁକା ବିଶ୍ୱକର୍ମା ସମାଜ ପକ୍ଷରୁ ଶ୍ରୀ ସୁରେନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଧବଳପୁର ସ୍ଥିତ ଶ୍ରୀ ଶ୍ରୀ ବଳେଶ୍ୱର ମନ୍ଦିର ପୀଠ ଠାରେ 39 ତମ ବିଶ୍ୱକର୍ମା ପୂଜା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l

ସମାଜର ସର୍ବ ସାଧାରଣ ବ୍ୟକ୍ତି ଉପସ୍ଥିତ ହୋଇ ପୂଜା କାର୍ଯ୍ୟକୁ ବହୁ ଆଡମ୍ବର ସହ ପାଳନ କରିବା ସଙ୍ଗେ ସଙ୍ଗେ ସଭା କାର୍ଯ୍ୟ ମଧ୍ୟ୍ୟ ଆରମ୍ଭ କରି 18 ଜଣ ସଭ୍ୟଙ୍କୁ ନୂତନ କର୍ମ କର୍ତ୍ତା ରୂପେ ଚୟନ କରାଯାଇଛି l ନୂତନ କର୍ମକର୍ତ୍ତା ମଧ୍ୟରେ ସଭାପତି ରୂପେ ଉପେନ୍ଦ୍ର ମହାରଣା (ତାକରଡ଼ା ), ଉପସଭାପତି, ରାଜେନ୍ଦ୍ର ମହାରଣା,ସମ୍ପାଦକ ବାଇନାଥ ମହାରଣା ଓ

କୈଳାସ ମହାରଣା (ବାକିଲିକଣା), କୋଷାଧକ୍ଷ ସତ୍ୟବାଦୀ ମହାରଣା (ବଡ଼ଗଡ଼), ମୁଖ୍ୟ ଉପଦେଷ୍ଟା ରୂପେ ସୁରେନ୍ଦ୍ର ମହାରଣା (ଶେରଗଡ଼), ରାମଚନ୍ଦ୍ର ମହାରଣା (ତାକରଡ଼ା ), କାଳିଚରଣ ମହାରଣା (ରାମଗିରି ), ସୁରେନ୍ଦ୍ର ମହାରଣା (ଶୋଳଶୋଳା)ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l ସମାଜର ଚାରି ମୁଠା ନିମନ୍ତେ ମଧ୍ୟ ଚାରିଜଣ ସଭ୍ୟଙ୍କୁ ନୂତନ କର୍ମକର୍ତ୍ତା ରୂପେ ଚୟନ କରାଯାଇଛି l

ଚାରୋଟି ମୁଠା ମଧ୍ୟରୁ ରାମଚଣ୍ଡୀ ମୁଠା ନିମନ୍ତେ ମିଟିକ ମହାରଣା (ପଦ୍ମପୁର), ଲଙ୍ଗଳେଶ୍ୱର ମୁଠା ନିମନ୍ତେ ପଞ୍ଚାନନ ମହାରଣା (ଧବଳପୁର ), ନାଥେଶ୍ୱର ମୁଠା ନିମନ୍ତେ ପୀତବାସ ମହାରଣା (ଶେରଙ୍କୁଡ଼ା ) ଓ ସ୍ଵପ୍ନେଶ୍ଵର ମୁଠା ନିମନ୍ତେ ଉଦ୍ଧବ ମହାରଣାଙ୍କୁ (ଗୋବିନ୍ଦପୁର) ଚୟନ କରାଯାଇଛି l ପରିଶେଷରେ ଶେରଗଡ଼ ମିଡ଼ିଆ ହାଉସ ର ସଭାପତି ଅଖିଳ କୁମାର ପଟ୍ଟନାୟକ ଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୋକଣ ଦେଇ ସମ୍ମାନିତ କରାଯାଇଥିଲା।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ