
ରାୟଗଡ଼ା , ୧୭/୦୯/୨୨ ( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ରେ ଭୁଶୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା ।ଅଧିକାରୀ ମାନଙ୍କ ପ୍ରତ୍ସାହନ ରେ ଚାଲିଛି ଅନିୟମିତତା । ଦୁର୍ଗମ ଅଞ୍ଚଳର ବିଦ୍ୟାଳୟ ରେ ଅପୃଷ୍ଟି କର ଖାଦ୍ୟ ପରସା ଯାଉଛି। ନୀତିଦିନ ଛାତ୍ର ମାନଙ୍କୁ ମଧ୍ୟାନ ଭୋଜନ ର ସୁଷମ ଖାଦ୍ୟ ନାଁ ରେ ଅଖାଦ୍ୟ ପ୍ରଦାନ କରାଯାଉଛି । ଏଠି ଶିକ୍ଷକ ମାନେ ମାଲାମାଲ ହେଉଛନ୍ତି।ବାରମ୍ବାର ଏଭଳି ଅଭିଯୋଗ ବାରମ୍ବାର ଆସୁଛି ହେଲେ ବିଦ୍ୟାଳୟ ରେ ପହଞ୍ଚି ଦେଖିବା ବେଳେ ଚାଳସୀ ଛାତ୍ର ଙ୍କର ପ୍ରସ୍ତୁତ ଖାଦ୍ୟ ରେ ଅନ୍ୟ ପୌଷ୍ଟିକ ପରିବା ନ ଥାଇ କେବଳ ପାଣିଆ ଡାଲି ଛାତ୍ରଛାତ୍ରୀଙ୍କୁ ପରସା ଯାଉଥିଲା । ବିଗତ କାଲି ଶୁକ୍ରବାର ଖାଦ୍ୟତାଲିକା ଅନୁସାରେ ସୋୟାବିନ ବଡ଼ି ଓ ଆଳୁ ତରକାରୀ ଦେବାର ନିୟମ ଥିଲେ ହେଁ ପାଣିଆ ଡାଲି ଭାତ ପରସା ଯାଇଥିଲା | ଅଭିଯୋଗ ପାଇବା ପରେ ଆମେ ସେହି ବିଦ୍ୟାଳୟ ରେ ପହଞ୍ଚି ଥୁଲୁ ସେଠି ଜଣେ ଶିକ୍ଷକ ଉପସ୍ଥିତ ଥିଲେ।

ବର୍ତମାନ ସରକାର ପିଲାଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ହେଲେ ଏଠି ଅସାଧୁ ଶିକ୍ଷକ ମାନଙ୍କ ପାଇଁ ପିଲାମାନେ ସୁସମ ଖାଦ୍ୟ ଖାଇ ପାରୁନାହାନ୍ତି। ଏଠି ପିଲାଙ୍କ ଟଙ୍କାରେ ପ୍ରଧାନ ଶିକ୍ଷକ କୋଠା ଉପରେ କୋଠା ବାଡ଼ରେ ଚାଲିଥିବା ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ କିଛି ଲୋକେ ଙ୍କୁ ପଚାରି ବୁଝିବାରୁ ଏଭଳି ଖାଦ୍ୟ ଛାତ୍ର ଛାତ୍ରୀ ଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ସ୍ୱୀକାର କରିଥିଲେ| ଏହି ସମ୍ପର୍କରେ ଆମେ ବିଷମକଟକ ବି ଇ ଓ ବଟକୃଷ୍ଣ ପଣ୍ଡା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ସମ୍ପର୍କରେ ମୁଁ ଖବର ପାଇଛି ଆଜି ତାହାର ତଦନ୍ତ କରିବି ବୋଲି କହିଛନ୍ତି। ଏହି ପିଲାମାନଙ୍କ ଖାଦ୍ୟ ନିମ୍ନ ମାନର ସମ୍ପର୍କରେ ସବୁଦିନ ଅଭିଯୋଗ ଆସୁଛି। ତେଣୁ ରାୟଗଡ଼ା ଜିଲ୍ଲା ପାଳ ମହୋଦୟ ଙ୍କୁ ବିନିତ ଅନୁରୋଧ ଯେ ଏହାର ତଦନ୍ତ କରି ଦୋଷୀ ଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ମାନେ ଦାବି କରିଛନ୍ତି। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



