
ବେଲଗୁଣ୍ଠା , ୧୭/୦୯/୨୨ ( ଜିଲ୍ଲା ଖବର ) : ଆଜି ପବିତ୍ର ବିଶ୍ୱକର୍ମା ପୂଜା ବେଲଗୁଣ୍ଠା ଏନ୍ଏସି ଓ ବ୍ଳକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି ।ବେଲଗୁଣ୍ଠା ସହରର ସାଇ ଆଇଟିଆଇ ରେ ବିଶ୍ୱକର୍ମା ଙ୍କ ପୁଜା ପାଳିତ ହୋଇଯାଇଅଛି । ଅଧ୍ୟକ୍ଷ ମଧୂସୁଦନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏହି ପୂଜାରେ ସମସ୍ତ ଛାତ୍ର ଯୋଗଦେଇଥିବା ବେଳେ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ । ସେହିପରି କଣ୍ଟେଇପଲ୍ଲୀ ବିଦ୍ୟୂତ୍ ବିଭାଗ,ବେଲଗୁଣ୍ଠା ଜନସ୍ବାସ୍ଥ୍ୟ ବିଭାଗ , ବେଲଗୁଣ୍ଠା ବ୍ଲକ ପଞ୍ଚାୟତିରାଜ ପାନୀୟ ଜଳ ଯୋଗାଣ ବିଭାଗ , ବମ୍ବେ ଷ୍ଟିଲ ଫେକ୍ଟ୍ରି , ନୀଳl ସାହୁ ରସ ଫେକ୍ଟ୍ରି ଓ ବୁଢ଼ା କେନ୍ଦୁ ଆଇଟିଆଇ ରେ ମଧ୍ୟ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଅଛି l


