
ରାୟଗଡ଼ା , ୧୬/୦୯/୨୨ (ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ପଞ୍ଚାୟତ ପରିଦର୍ଶନରେ ପହଞ୍ଚି ଥିଲେ ବିଷମକଟକ ନୂତନ ବିଡ଼ିଓ ଶ୍ରୀ ସଦାଶିବ ନାୟକ। ସେ ପ୍ରଥମେ ଡାଲିଆକୁଜି ପଂଚାୟତର ସମସ୍ତ ବିଦ୍ୟାଳୟ ଏବଂ ଡାଲିଆକୁଜି ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ତଦାରଖ କରିଥିଲେ।
ପଂଚାୟତ କିପରି ଉନ୍ନତି କରିବ ସେଥିପାଇଁ ସେ ସରପଂଚ ଓ ଗ୍ରାମ ବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ ଓ ବିଦ୍ୟାଳୟରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଡାଲି ପାଣିଆ ଓ ଭାତ ନିମ୍ନ ମାନର ଦେଖି ସେ ଅସନ୍ତୋଷ ପ୍ରକଟ କରିଛନ୍ତି । ଏବଂ ଶିକ୍ଷକ ମାନଙ୍କୁ ସତର୍କ କରାଇ ଦେଇଥିବା ଜଣାପଡିଛି। ପିଲାଙ୍କୁ ଭଲ ପରିମାଣରେ ଖାଦ୍ୟ ଯୋଗାଇ ଦେବା ପାଇଁ ସେ ଶିକ୍ଷକ ମାନଙ୍କ କହିଥିଲେ। ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲାର ଚିନାପାଲି ଠାରେ କାର୍ଯ୍ୟ କରିଥିଲେ ଏବଂ ସେହି ବ୍ଲକରେ ବିଭିନ୍ନ ପ୍ରକାର କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ।

ସେ କହିଛନ୍ତି ଯେ ରାଜ୍ୟ ସରକାର ଙ୍କ ସମସ୍ତ ସରକାରୀ ଯୋଜନା ଯେମିତି ଜନସାଧାରଣ ମାନଙ୍କ କାର୍ଯ୍ୟରେ ଲାଗିବ ଏବଂ ପଂଚାୟତ କିପରି ଉନ୍ନତି କରିବ ଏହା ତାଙ୍କର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ବିଡ଼ିଓ। ତାଙ୍କ ସହିତ ବିଷମକଟକ ବ୍ଲକ ଅଧ୍ୟକ୍ଷ ଦେବୀ ପଟ୍ଟନାୟକ, ଜ୍ୟୋତି ପ୍ରସାଦ ସାହୁ, ପୃଥିବୀ ରାଜ ସାହୁ, ସ୍ଥାନୀୟ ସରପଞ୍ଚ, ସମିତି, ଜି ଆର ଏସ୍ ପୁରୁଷୋତମ ବିଭାର, ନିର୍ବାହୀ ସହ ଯନ୍ତ୍ରୀ ପ୍ରତିସ କୁମାର ତ୍ରିପାଠୀ , ଏଇ ପ୍ରଶାନ୍ତ ପାଣିଗ୍ରାହୀ ଓ ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।



