
ବ୍ରହ୍ମପୁର: ବ୍ରହ୍ମପୁର ଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ୨୦୨୦ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉପଜିଲ୍ଲାପାଳ ବ୍ରହ୍ମପୁର ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଅଧକ୍ଷତା କରିଥିବା ବେଳେ ଆର. ଆଇ.ଅଫ ପୋଲିସ ଶ୍ରୀ ଦିଲ୍ଲୀପ କୁମାର ବେହେରା, ଜିଲ୍ଲା ସଂସ୍କୃତ ଅଧିକାରୀ ଶ୍ରୀ ଶଙ୍କର୍ଷଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ ବିବରଣୀ ପାଠ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି। ପ୍ୟାରେଡ଼ ପଡ଼ିଆରେ ଆନୁଷ୍ଠାନିକ ଭାବେ ପୂର୍ବହ୍ନ ୮.୩୦ମି ସମୟରେ ଜାତୀୟ ପତାକା ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ତା- ୧୦.୦୧.୨୦୨୦ ଠାରୁ ତା- ୧୨.୦୧.୨୦୨୦ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବ। ପ୍ୟାରେଡ଼ ଅଭ୍ୟାସ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଠାରେ ତା-୨୨.୦୧.୨୦୨୦ ଠାରୁ ତା- ୨୪.୦୧.୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ବୈଠକରେ ବ୍ରହ୍ମପୁର ଷ୍ଟାଡିୟମ ଓ ଆଇ.ସି ଶ୍ରୀ କାଜଲ ସାହୁ, ଶ୍ରୀ ବିନୋଦ କୁମାର ବେହେରା ସହକାରୀ ଜିଲ୍ଲାପାଳ ବ୍ରହ୍ମପୁର, ଶ୍ରୀ ପ୍ରଦୀପ କୁମାର ମହାରଣା ସହକାରୀ ଜିଲ୍ଲାପାଳ ବ୍ରହ୍ମପୁର, ଶ୍ରୀ ରାମଚନ୍ଦ୍ର ସେଠି ସହାୟକ ନିର୍ବାହୀ ଅଧିକାରୀ ବ୍ରହ୍ମପୁର ଏବଂ ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ଲୋକନାଥ ଶତପଥି, ଶ୍ରୀ ଗୌରୀଶଙ୍କର ଶତପଥୀ ଏବଂ ଏହି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉତ୍ସବକୁ କିପରି ଶାନ୍ତିଶୃଙ୍ଖଳା ସହ ପାଳନ କରାଯିବ ସେନେଇ ଉପଜିଲ୍ଲାପାଳ ତଥା ଅଧକ୍ଷ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।




