Home ଆଞ୍ଚଳିକ ବେଆଇନ କ୍ଲିନିକ ସିଲ ସହ ନକଲି ଡାକ୍ତର ଅଟକ।

ବେଆଇନ କ୍ଲିନିକ ସିଲ ସହ ନକଲି ଡାକ୍ତର ଅଟକ।

144

ରାୟଗଡ଼ା , ୧୬/୦୯/୨୨ (ଜିଲ୍ଲା ଖବର) : ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ଏକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ। କାଶୀପୁର ପରେ ମୁନିଗୁଡ଼ାରେ ଏକ ବେଆଇନ କ୍ଲିନିକ ସିଲ କରିଛି ପ୍ରଶାସନ।

ରାୟଗଡା ଜିଲ୍ଲା ମୁନିଗୁଡା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକ କୁ ସିଲ କରିଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଧେସ କ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନାଅଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଡିଗ୍ରୀ ନଥାଇ ବେଆଇନ ଭାବେ କ୍ଲିନିକରେ ଡାକ୍ତର ଏସ ବିଶ୍ୱାସ ବୋଲି ଚିକିତ୍ସା କରୁଥିବା କ୍ଲିନିକକୁ ସିଲ କରିବା ସହ ଡାକ୍ତର ବୋଲାଉଥିବା ସୁବ୍ରତ ବିଶ୍ବାସକୁ ଥାନାରେ ଅଟକ ରଖାଯିବା

ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।