ଘୋଡ଼ାହାଡ଼ ନଦୀରୁ ନିଖୋଜ ବ୍ୟାକ୍ତିଙ୍କ ଶବ ଉଦ୍ଧାର ।

47

କୁରୁଳା , ୧୫/୦୯/୨୨ ( ଜିଲ୍ଲା ଖବର ) : ଶେରଗଡ଼ ଥାନା ଅଧିନସ୍ଥ କୁରୁଳା ଗ୍ରାମ ଘୋଡ଼ାହାଡ ନଦୀରୁ ଗୁରୁବାର ଦିନ ସକାଳୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି l ସୂଚନା ଯୋଗ୍ୟ ଯେ ଗତ ଏଗାର ତାରିଖ ସକାଳୁ କୁରୁଳା ଗ୍ରାମର ବିପ୍ର ଗୌଡ଼ ବୟସ ପ୍ରାୟ 64 ବର୍ଷ, ନିଖୋଜ ଥିଲେ l

ପରିବାର ଲୋକେ ସମସ୍ତ ବନ୍ଧୁବାନ୍ଧବ ଓ ସମ୍ପୂର୍ଣ ଗ୍ରାମ ଖୋଜାଖୋଜି କରିବା ସତ୍ୱେ କୌଣସି ସନ୍ଧାନ ପାଇନଥିଲେ l ପରିଶେଷରେ ସ୍ତ୍ରୀ ସୋଲି ଗୌଡ଼ 14 ତାରିଖ ଦିନ ଶେରଗଡ଼ ଥାନାରେ ସ୍ୱାମୀଙ୍କ ସମସ୍ତ ତଥ୍ୟ ସହ ଫୋଟୋ ଦେଇ ସ୍ୱାମୀ ନିଖୋଜ ଥିବା କଥା ଲିଖିତ ଅଭିଯୋଗ କରିଥିଲେ l

ଶେରଗଡ଼ ଥାନା ସମସ୍ତ ତଥ୍ୟକୁ ଭିତ୍ତି କରି ଅନୁସନ୍ଧାନ ଜାରି ରଖିଥଲେ l ଇତି ମଧ୍ୟ୍ୟରେ କୁରୁଳା ଗ୍ରାମର କିଛି ବ୍ୟକ୍ତି ଘୋଡ଼ାହାଡ଼ ସେତୁ ତଳଭାଗରେ ଏକ ଶବ ଭାସୁଥିବା ଦେଖି ଶେରଗଡ଼ ପୋଲିସ କୁ ସୂଚନା ଦେଇଥିଲେ l ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ l

ନଦୀରୁ ଶବକୁ ଉଦ୍ଧାର କରି ପରିବାର ଲୋକଙ୍କ ଉପସ୍ଥିତିରେ ଶବଟି ବିପ୍ର ଗୌଡ଼ଙ୍କ ବୋଲି ଚି଼ହ୍ନଟ କରିଥିଲେ ଏବଂ ଶବ ବ୍ୟବଛେଦ ନିମନ୍ତେ ଆସିକା ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ