Home ଆଞ୍ଚଳିକ C w s ତରଫରୁ ପନିପରିବା ଚାଷ କିପରି କରିବେ ସେହି ସମ୍ପର୍କରେ ଚାଷୀ ମାନଙ୍କୁ...

C w s ତରଫରୁ ପନିପରିବା ଚାଷ କିପରି କରିବେ ସେହି ସମ୍ପର୍କରେ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

59

ରାୟଗଡ଼ା , ୧୫/୦୯/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ପଞ୍ଚାୟତ ଠାରେ CWS ତରଫରୁ ଆଜି ଚାଷ କିପରି କରିବେ ସେହି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଚାଷୀମାନେ କିପରି ସୁବିଧାରେ ଚାଷ କରି ଅଧିକ ଫସଲ ଅମଳ କରି ଅଧିକ ଟଙ୍କା ରୋଜଗାର କରିବେ ସେହି ସମ୍ପର୍କରେ ଚାଷୀ ମାନଙ୍କୁ ବୁଝାଇ ଦିଆଯାଇଥିଲା ।

ଏହି ବୈଠକରେ ୯୦ ଜଣ ଚାଷୀ ଉପସ୍ଥିତ ଥିଲେ।ସରକାରୀ ସ୍ତରୀୟ ଅଫିସର ଉପସ୍ଥିତ ରେ କୃଷିଅଧିକାରୀ ଶ୍ରୀ ବଲରାମ ପାତ୍ର ଏବଂ ଉଦ୍ୟାନ ବିଭାଗ ଶ୍ରୀ ପୂନ୍ନନନ୍ଦ ହତା ,ଶ୍ରୀ ରାଜଶଙ୍କର ସାହୁ ପଶୁ ଵିଭାଗ ଏବଂ

ସ୍ଥାନୀୟ ସରପଞ୍ଚ କେ କିରଣ ମାଳା ଅଧିକାରୀ ଉପସ୍ଥିତ ରେ ସରକାରୀ ସ୍ତରୀୟ ଯୋଜନା ଉପରେ ପୁଙ୍କାନୁପୁଙ୍କ ଭାବରେ କୁର୍ଲି ଏବଂ ଚାଟିକୋଣ ପଞ୍ଚାୟତ ର ଚାଷି ମାନଙ୍କୁ ଅବଗତ କରାଇଥିଲେ ଏବଂ ପରିଚାଳନା କରିଥିଲେ ।

ଶ୍ରୀ ଜଗାନନ୍ଦ ଲାବଲା ଓ ସହଯୋଗ କରିଥିଲେ ଶ୍ରୀ ପାଢ଼ୀ, ଶ୍ରୀ ବିନୋଦ ଏବଂ ଭାରତୀ ପାସ୍କା ପରିଚାଳନା କରିଥିଲେ। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।