ଓଡ଼ିଶା ବିଉଟିସିଆନ ୱେଲଫେୟାର ଆସୋସିଏସନର ପ୍ରଥମ ବାର୍ଷିକ ସମ୍ମିଳନୀ।

57

କଟକ , ୧୪/୦୯/୨୨ ( ଜିଲ୍ଲା ଖବର ) : ଓଡ଼ିଶା ବିଉଟିସିଆନସ୍ ୱେଲଫେୟାର ଆସୋସି ଏ ସ ନ ର ପ୍ରଥମ ବାର୍ଷିକ ସମ୍ମିଳନୀ ଚଳିତ ମାସ ୧୬ ତାରିଖ ଶୁକ୍ରବାର ଦିନ କଟକ ସହିଦ ଭବନଠାରେ ପୂର୍ବାହ୍ନ ୧୦ ଘଟିକା ରେ ଅନୁଷ୍ଠିତ ହେବବୋଲି କଟକ ଖପୁରିଆ ସ୍ଥିତ’ ସତ୍ୟ ଭବନ ‘ ଓସ୍ମେଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।

ଏହି ବାର୍ଷିକ ସମ୍ମିଳନୀକୁ ମୁଖ୍ୟ ଅତିଥିଭାବେ ରାଜ୍ୟ ବୟନ,ହସ୍ତତନ୍ତ ,ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଯୋଗ ଦେଇ ଉଦଘାଟନ କରିବେ।ଏହି ସମାବେଶରେ ସାରା ଓଡ଼ିଶାରୁ ୫୦୦ରୁ ଉର୍ଦ୍ଧ ବିଉଟିସିଆନ୍ ଯୋଗଦେବେ ।

ସରକାର ଙ୍କ ତରଫରୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ବିଉଟିସିଆନମଙ୍କ ପାଇଁ ଥିବା ସୁବିଧା ସୁଯୋଗ ସେମାନେ କିପରି ବିନିଯୋଗ କରିପାରିବେ ସେ ବିଷୟରେ ସବିଶେଷ ଆଲୋଚନା ହେବା।କୋଭିଡ ସମୟରେ ଯେଉଁ ବିଉଟି ପର୍ଲୋର୍ ସବୁ ବନ୍ଦ୍ ହୋଇଯାଇଥିଲା ତାହା କିପରି ପୁନର୍ବାର କାର୍ଯ୍ୟକ୍ଷମ ହେବ ଓ ଯେଉଁ ବିଉଟିସିଆନମାନେ ବହୁ କ୍ଷତିଗ୍ରସ୍ତ ହୋଇଥିଲେ

ସେମାନଙ୍କୁ କିପରି କ୍ଷତି ପୂରଣ ସରକାରଙ୍କ ପକ୍ଷରୁ ଦିଆଯିବ,ବିଉଟିସିଆନମାନେ କିପରି ବାଙ୍କରୁ ଋଣ ନେଇପାରିବେ ,ଏମ,ଏସ,ଏମ,ଇ ବିଭାଗରେ ଥିବା ସୁବିଧା ସୁଯୋଗ ପାଇପାରିବେ ସେ ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା ହେବ।ଏଥିରେ ଶ୍ରୀମତୀ ନିବେଦିତା ଜେନା ,Asst DIrector,KVIC PMEGP ମାଧ୍ୟମରେ ବିଉଟିସିଆନମାନେ ଏଇ ଋଣ କିପରି ନେଇପାରିବେ

ଓ ଶ୍ରୀ ସୁବାସ କୁମାର ସାହୁ ଭାରତ ସରକାରଙ୍କ ଏମ,ଏସ,ଏମ,ଇ, ଡି ,ଏଫ୍ ବିଭାଗୀୟ ସହକାରୀ ନିର୍ଦ୍ଦେଶକ କେନ୍ଦ୍ରସରାରଙ୍କ ର ଏମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିବେ। ବିଉଟି ସେକ୍ଟର ରେ ଥିବା ବିଭିନ୍ନ ନାମୀଦାମୀ କମ୍ପାନୀ ଯଥା ଲୋଟସ, ୱିସିନ,ଲାଲୋଷା, ହର୍ବଲିଁ, ମ୍ୟାକ୍ସଗ୍ଲୋ


ହିମାଳୟ ପ୍ରଭୃତି ଯୋଗଦେବେ ଓ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଉପଦୟତା ଓ ବ୍ୟବହାର ଉପରେ ସୂଚନା ଦେବେ।
ସଭାପତି ଶ୍ରୀମତୀ ସୁପ୍ରିୟା ମିଶ୍ର ଓ ସମ୍ପାଦକ ଶ୍ରୀମତୀ ସୁନୀତା ରାୟ ଙ୍କ ସମେତ କୃଷ୍ଣପ୍ରୀୟା ତ୍ରିପାଠୀ , ମଞ୍ଜୁଲତା ରାଉତ ,ଇତିଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରେପୋର୍ଟ।