କଟକ ଦଶହରା ଭସାଣି ଯାତ୍ରା ଶୃଙ୍ଖଳିତ ଭାବରେ କିପରି ମେଢ଼ ଯିବ ରାସ୍ତା ବୁଲି ଦେଖିଲେ ମେୟର ଓ ସିଏମସି କମିସନର।

50

କଟକ , ୧୩/୦୯/୨୨ ( ଜିଲ୍ଲା ଖବର ) : କଟକ ଦଶହରା ଭସାଣି ଯାତ୍ରା ଶୃଙ୍ଖଳିତ ସୁବିଧାରେ କିପରି ମେଢ଼ ଯାଇପାରିବ ମୂଖ୍ୟ ରାସ୍ତାରେ ବୁଲି ଦେଖିଥିଲେ ମେୟର ସୁବାସ ସିଂ ଓ ସିଏମସି କମିସନର ନିଖିଲ ପୱନ

କଲ୍ୟାଣ ଏବଂ କର୍ପୋରେଟର ବିଭାଗୀୟ ଅଧିକାରୀ ଶାନ୍ତି କମିଟି ସଦସ୍ୟ ବିଭିନ୍ନ ସାହିର ମୁରବୀ ଯୁବକ ମାନଙ୍କ ଉପସ୍ଥିତିରେ ଦେବୀ ଗଢା, ଫିରିଙ୍ଗି ବଜାର, ଚୈ।ଧୁରୀ ବଜାର ଛକ,ଗୈାରୀଶଙ୍କର ପାର୍କ, ବକ୍ସି ବଜାର,

ଚଣ୍ଡୀ ଛକ ଓ ଚାନ୍ଦିନୀଚୌକ ଦୁର୍ଗା ଭସାଣି ମେଲଣ ପଡିଆ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ଆଗାମୀ ଦଶହରା ଭସାଣି କିପରି ସୁବିଧାରେ ଓ ସୁନ୍ଦର ଭାବରେ ହେବ ମେୟର ସୁବାସ ସିଂ ଗୁରୁତ୍ବ ଦେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।