ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଜିଲ୍ଳା ସମ୍ମିଳନୀ ।

78

ରାୟଗଡ଼ା , ୧୩/୦୯/୨୨ ( ଜିଲ୍ଲା ଖବର) : ରାୟଗଡା ସହରର ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଜିଲ୍ଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ରାୟଗଡା ଜିଲ୍ଳା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ରାଜ୍ୟ ସଭାନେତ୍ରୀ ଶ୍ରୀମତି ନନ୍ଦନୀ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଉପସଭାନେତ୍ରୀ ଶ୍ରୀମତି ପ୍ରଭାତି ନଳିନୀ ଜେନା ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାୟଗଡା ଜିଲ୍ଳା ସଭାପତି ତଥା ଅବିଭକ୍ତ କୋରାପୁଟ ଜିଲ୍ଳାର ସଂଯୋଜକ ନିରଂଜନ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ସହାୟିକା ତଥା ମିନି ଭଉଣୀମାନେ ସଫଳ କରୁଥିଲେ ମଧ୍ୟ ସେମାନେ ସରକାରୀ ମାନ୍ୟତା ଓ ଉପଯୁକ୍ତ ବେତନରୁ ବଂଚିତ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଅଙ୍ଗନବାଡି ଉଭଣୀମାନଙ୍କ ମାସିକ ବେତନ ବୃଦ୍ଧି,ସରକାରୀ ମାନ୍ୟତା,ଏସଏନପିର ମୂଲ୍ୟ ବୃଦ୍ଧି,

ଗାଁ କଲ୍ୟାଣ ସମିତି ଉଚ୍ଛେଦ,ଅବସରକାଳୀନ ମାସିକ ଭତା,ମୃତ୍ୟୁକାଳିନ ସହାୟତା ରାଶି,ବିଏସକେୱାଇ କାର୍ଡ ଯୋଗାଇବା,ମିନି ଅଙ୍ଗନବାଡି କର୍ମୀଙ୍କୁ ସହାକର୍ମୀ ଯୋଗାଇବା, ସହ ସମାନ କାମକୁ ସମାନ ବେତନ ପ୍ରଦାନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବ ବୋଲି ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବ୍ଳକ ସଭାନେତ୍ରୀ ଓ କର୍ମୀମାନେ ଯୋଗ ଦେଇଥିବା ବେଳେ ଜିଲ୍ଳା ସଂପାଦିକା ଶ୍ରୀମତି ସନ୍ଧ୍ୟାରାଣୀ ବାରିକ ଜିଲ୍ଳା ବିବରଣୀ ପାଠ କରିଥିଲେ ଏବଂ ଜିଲ୍ଳା ସଭାନେତ୍ରୀ ପ୍ରଭାତି ନଳିନୀ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।