
ସାନଖେମୁଣ୍ଡି , ୧୩/୦୯/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସ୍ଥିତ ଖଲିଙ୍ଗି ହାଇସ୍କୁଲରେ ଆଜାଦି କି ଅମୃତ ମହୋତ୍ସବ ରବିବାର ଦିନ ପାଳିତ ହୋଇଯାଇଛି l
ଆଜି ଅର୍ଥାତ ୧୧/୦୯/୨୦୨୨ ତାରିଖ ରବିବାର ଦିନ ସାନଖେମୁଣ୍ଡି ବ୍ଲକରେ ଚୟନ ହୋଇଥିବା ଖଲିଙ୍ଗି ହାଇସ୍କୁଲରେ ଆଜାଦି କି ଅମୃତ ମହୋତ୍ସବର ଛାତ୍ରଛାତ୍ରୀଙ୍କ ଦ୍ଵାରା ମହାପୁରୁଷଙ୍କ ଉପରେ ପ୍ରସ୍ତୁତ ୩୦ଖଣ୍ଡ ପୁସ୍ତକ ଅଂଚଳର ମହାପୁରୁଷଙ୍କ ଜୀବନ ଗାଥା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l


ବ୍ଲକରେ ଥିବା ୨୬ ଗୋଟି ପଂଚାୟତ ମଧ୍ୟରୁ ଖଲିଙ୍ଗୀ ହାଇସ୍କୁଲକୁ ଚୟନ କରାଯାଇଥିବାରୁ ସମସ୍ତଙ୍କ ଧନ୍ୟବାଦ ଦେଇଛନ୍ତି ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ l ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରଇତଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଯୋଗଦେଇ କାର୍ଯ୍ୟର ଉଦଘାଟନ କରିଥିଲେ l


ସଂମ୍ମାନିତ ଅତିଥି ଭାବେ ଏବିଓ ସିମାଞ୍ଚଳ ରଥ, ଶୁକଦେବ ମଲ୍ଲିକ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ l ସ୍ଥାନୀୟ ସରପଞ୍ଚ ଅର୍ଣ୍ଣବ ନାୟକ, ସମିତି ସଭ୍ୟ ପ୍ରତିନିଧି ଭଗବାନ ରାଉତ, ଏସଏମଡିସି ସଭ୍ୟ ଓ ସମସ୍ତ ସିଆରସିସି ପ୍ରମୁଖ ମଞ୍ଚାସିନ ଥିଲେ l

ବିଡ଼ିଓ ନିଜ ବକ୍ତବ୍ୟ ମାଧ୍ୟମରେ ଏହି ମହୋତ୍ସବ ପାଳନ କରିବା ସମ୍ପର୍କରେ କହିବା ସହ ଦେଶର ଇତିହାସକୁ ଆଲୋଚନା କରିଥିଲେ l ଓଡିଶାରେ ଜନ୍ମ ହୋଇଥିବା ମହାପୁରୁଷ ମାନଙ୍କ କଥା କହି ଛାତ୍ରଛାତ୍ରୀ ମାନଙ୍କୁ ମହାପୁରୁଷ ମାନଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ l

ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୂର୍ବରୁ କରାଯାଇଥିବା ମହାପୁରୁଷ ମାନଙ୍କ ପ୍ରତିକୃତି ସହ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନ ସମୟର ଦୃଶ୍ୟ ଅଙ୍କିତ କରିଥିବା ଚିତ୍ର ଓ ଲେଖା ୩୦ଗୋଟି ସୁନ୍ଦର ପୁସ୍ତକ ମାଧ୍ୟମରେ ଉନ୍ମୋଚନ କରିଥିଲେ l


ଏହି କାର୍ଯ୍ୟକ୍ରମକୁ ସ୍କୁଲ ପରିଚାଳନା କମିଟି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l
ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।


