କଟକ ଚହଟା ନିକଟର ମହାନଦୀରେ ବୁଡି ଯୁବକ ନିଖୋଜ।

19

କଟକ , ୧୩/୦୯/୨୨ ( ଜିଲ୍ଲା ଖବର ) : କଟକ ଚହଟା ନିକଟରେ ମହାନଦୀ ରେ ବୁଡ଼ି ଯୁବକ ନଦୀରେ ବୁଡି ଯୁବକ ନିଖୋଜ। ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାନୁସାରେ ଆଜି ସକାଳ ୬ ଟା ସମୟରେ କଟକ ହାଇକୋର୍ଟ ଛକ ଅଞ୍ଚଳର ଧନଞ୍ଜୟ ପଣ୍ଡା ନାମକ ଜଣେ ଯୁବକ ନଦୀରେ ବୁଡ଼ିଯାଉଥିବା ବେଳେ ସେଠାରେ ଗଧାଉ ଥିବା ବେଳେ ଲୋକେ ଦେଖିଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ନିଜର ଗାଡ଼ି ରଖି ନଦୀରେ ଆତ୍ମହତ୍ୟା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଯୁବକଙ୍କୁ ଠାବ କରାଯାଇ ପାରିନାହିଁ।