ଟେଲମା ୪୦ ଓ ଟେଲମା ଏମ ଉଚ୍ଚ ରକ୍ତଚାପ ରୋଗୀଙ୍କ ମେଡିସିନ ବିବାଦରେ ଏକ ଭିନ୍ନ ମୋଡ଼ ।

58

କଟକ , ୧୩/୦୯/୨୨ ( ଜିଲ୍ଲା ଖବର ) : ଟେଲମା ୪୦ ଓ ଟେଲମା ଏମ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମିଳୁଥିବା ମେଡ଼ିସିନ ବିବାଦରେ ଆସିଛି ଏକ ଭିନ୍ନ ମୋଡ଼ ।

ଗତ ୯ ତାରିଖରେ ଡ୍ରଗ ଇନ୍ସପେକ୍ଟର ମାଣିକଘୋଷ ବଜାର ଠାରେ ଥିବା ଦୁଇଟି ମେଡ଼ିସିନ ସଂସ୍ଥା ନାଁ ରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।

ତେବେ ଏ ନେଇ ଆଜି ପୁରୀଘାଟ ଥାନା ପୋଲିସ ଦୁଇ ଜଣକୁ ଅଟକ ରଖିବା ସହ ଘଟଣାର ପୃଙ୍ଖନୁପୃଙ୍ଖ ଭାବେ ତଦନ୍ତ ହେବା ପରେ

ଆଉ କାହାର ସଂପୃକ୍ତି ରହିଛି ଜଣାପଡ଼ିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର ।

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜିଲ୍ଲା ଖବର।