Home ଆଞ୍ଚଳିକ ୭ମ ବ୍ରହ୍ମପୁର ମହାନଗର ମହୋତ୍ସବର “ଲୋଗୋ’ ଉନ୍ମଚୋନ

୭ମ ବ୍ରହ୍ମପୁର ମହାନଗର ମହୋତ୍ସବର “ଲୋଗୋ’ ଉନ୍ମଚୋନ

40

ବ୍ରହ୍ମପୁର,୦୫/୦୧(ଲକ୍ଷ୍ମୀ ନାରାୟଣ ମିଶ୍ର);  ଚଳିତ ଜାନୁୟାରୀ ୨୭ ତାରିଖରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଦିର୍ଘ ୧୦ ଦିନଧରି ଖଲ୍ଲିକୋଟ କଲେଜ ଖେଳପଡିଆରେ ମହାନଗର ମହୋତ୍ସବ ଆୟୋଜନ ହେବା ପାଇଁ ସ୍ଥିର ହୋଇଛି । ପ୍ରଗତିଶୀଳ ଚିନ୍ତାଧାରାକୁ ପୁଷ୍ଟି କରୁଥିବା ଏକ ନିଆରା ସ୍ୱାଦର ହେବ ଏହି ମହୋତ୍ସବ । ଏହି ମହୋତ୍ସବ ମଂଚରେ ଗଂଜାମ ତଥା ଦକ୍ଷିଣ ଓଡିଶାର ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ଉଦ୍ଧାର କରି ବିଶ୍ୱ ଦରବାରରେ ପହଂଚାଇବାକୁ ଏକ ଉଦ୍ୟମ । ଏଥିପାଇଁ ରବିବାର ସକାଳ ୯ଘ ସମୟରେ ବ୍ରହ୍ମପୁର ସର୍କିଟ ହାଉସ ସମ୍ମିଳନୀ କକ୍ଷ ପରିସରରେ ୭ମ ବ୍ରହ୍ମପୁର ମହାନଗର ମହୋତ୍ସବର “ଲୋଗୋ’ ଉନ୍ମଚୋନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ଶ୍ରୀ ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଉଦ୍ଘାଟକ ତଥା କମିଟିର ମୁଖ୍ୟ ଉପଦେଷ୍ଟା ମାନ୍ୟବର ବାଚସ୍ପତି ଡ.ସୁର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଆୟୋଜିତ ହେବାକୁ ଥିବା ମହୋତ୍ସବର ଲୋଗୋ ଉନ୍ମଚୋନ କରିଥିଲେ ।

ବରିଷ୍ଠ ସାମ୍ବାଦିକ ଜଗନ୍ ମୋହନ୍ ମହାପାତ୍ର ଆୟୋଜିତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଆୟୋଜକ କମିଟି ଅଧ୍ୟକ୍ଷ ବିକ୍ରମ ପଣ୍ଡା ,ପୁର୍ବତନ ବିଧାୟକ ଡଃ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ପୁର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା , ଡ.ଏନସି ପାଢୀ,ଭଗବାନ ଗନ୍ତାୟତ କାହ୍ନୁ ଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ.କୁଳମଣୀ ଓଝା,ଡ.ଶଙ୍କର୍ଷଣ ପାତ୍ର,ସଂଘମିତ୍ରା ଦଳେଇ,ସୁଧାଂଶୁ ପଣ୍ଡା, ମନମୋହନ ପାଢୀ, ସୁଧିର ରାଉତ, ଏ.ସନ୍ତୋଷ ପାତ୍ର, ଦଣ୍ଡପାଣୀ ନାୟକ, ସୁଭାଷିନୀ ପଟ୍ଟନାୟକ, ଡକ୍ଟର ମିହିର ତ୍ରୀପାଠୀ, ଜଗନ୍ନାଥ ସାବତ, ବାବୁଲା ମହାପାତ୍ର,ଯୋଗ ଦେଇଥିଲେ ।

ଏଥିସହ ବ୍ରହ୍ମପୁର ସହରର ବିଭିନ୍ନ ସଂଗଠନ ଯଥା-ହୋଟେଲ ଆସୋସିଏସନ୍,ୟୁନିୟନ କ୍ଳବ,ସବୁଜ ବାହିନୀ,ଆଂଚଳିକ ବିକାଶ ପରିଷଦ,ଟିମ୍ କ୍ଳିନ୍ ସିଟି,ମୁକ୍ତ ଆକାଶ,ସକ୍ଷୀ,ବକ୍ସିଂକ୍ଳବ,ମହାନଗର ଗୋପାଳ ସମାଜ,ରୋଟାରୀ କ୍ଳବ, ଅଭିମନ୍ୟୁଏଡିବିଆଇ ଏରୋବିସ୍, ନାଟକ ସମାରୋହ ସମିତି, ସଂଗତି ସଂଗଠନ, ଓଡିଶା ସର୍ଭିସ୍ ସେଂଟର ଫର ବ୍ଳାଇଣ୍ଡ, ବିବେକାନନ୍ଦ ବିଦ୍ୟା ମନ୍ଦିର, ରୋଭର୍ସ କ୍ଳବ, ରେଶମ ସହର ପୁସ୍ତକ ମେଳା, ଓାଇଜ୍ମେନ କ୍ଳବର କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଥିଲେ । ଗଂଜାମର କଳା ସଂସ୍କୃତି , ଐତିହ୍ୟ ଓ ପରମ୍ପରାକୁ ବଂଚାଇରଖିବା ସହ ସମାଜର ସବୁବର୍ଗ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜିତ ହେବାକୁ ଯାଉଥିବା ମହାନଗର ମହୋତ୍ସବ ୨୦୨୦ ଭଳି କମିଟିର ପଦକ୍ଷେପକୁ ବାଚସ୍ପତି ଶ୍ରୀ ପାତ୍ର ଭୁୟଷୀ ପ୍ରସଂସା କରିଥିଲେ । ଏହି ମହୋତ୍ସବ କିପରି ସୁଚାର ରୂପେ ଉତ୍ସାହର ସହ ପାଳିତ ହେବ ସେନେଇ ରାଜନେତା, ବିଭିନ୍ନ ସଂଗଠନ କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୁଭକାମନା କରିବା ସହ ସମସ୍ତ ସାହାଯ୍ୟ ଓ ସହଯୋଗର ପ୍ରତିଶୃତି ପ୍ରଦାନ କରିଥିଲେ ।

ଏହି ମହୋତ୍ସବରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ , ପଦାଧିକାରୀ , ସାମାଜିକ କର୍ମୀ , ସାମ୍ବାଦିକ, କବି , କଳାକାର , ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଉପସ୍ଥିତରେ ପ୍ରତିଦିନ ବିଭିନ୍ନ ବିଷୟକୁ ନେଇ ଆଲୋଚନାଚକ୍ର ଆୟୋଜନ କରାଯିବ । ଏଥିସହ ମହୋତ୍ସବର ପ୍ରତ୍ୟକ ଦିନ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ସ୍ଥାନୀୟ ପ୍ରତିଭାମାନଙ୍କ ନୃତ୍ୟ , ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ପ୍ରଖ୍ୟାତ ଓଲିଉଡ କଳାକାର ଓ ଗାୟକମାନଙ୍କ କଳା ମଧ୍ୟ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି , ବିଭିନ୍ନ ବିଭାଗ ତଥା ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ୧୦୦ରୁ ଉର୍ଦ୍ଧ ଷ୍ଟଲ । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ହସ୍ତତନ୍ତ , କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୀବଟାର ବ୍ୟବସ୍ଥା କରାଯାଇଛି । ଏହା ସହ ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାର ଉପଯୋଗୀ ଘରୋଇ ସାମଗ୍ରୀ ଏହି ଷ୍ଟଲ ମାନଙ୍କରେ ପ୍ରଦର୍ଶିତ ହେବ । ଏହି ମହୋତ୍ସବର ସୁପରିଚାଳନା ସକାଶେ ଜିଲ୍ଲା ପ୍ରଶାସନ , ଆରକ୍ଷୀ ବିଭାଗ , ଦମକଳ ବାହିନୀ , ବିଦ୍ୟୁତ ବିଭାଗ , ଜନସ୍ୱାସ୍ଥ୍ୟ ବିଭାଗ , ସ୍ୱାସ୍ଥ୍ୟ ବିଭାଗ ତଥା ବ୍ରହ୍ମପୁର ମହାନଗର ନିଗମର ସାହାଯ୍ୟ ଏବଂ ସହଯୋଗ ଲୋଡାଯାଇଥିବା କମିଟିର ଆବାହକ ଇଂ ଉମା ଶଙ୍କର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ଡାକୁଆ,ଚିରଞ୍ଜୀତ ରାଜଗୁରୁ,ରଶ୍ମିତା ପାଣିଗ୍ରାହୀ,ସତ୍ୟ ଚେତନ ପରିଡା,ବି.କେ ବିଶାରଦ,ପ୍ରଶାନ୍ତ ଦାସ,ଅଭିରାମ ପାତ୍ର ,ଶଙ୍କର ରଣା ,ଚିକୁ ପ୍ରତିନିଧି ,ଅନନ୍ତରାମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କମିଟି କୋଷାଧ୍ୟକ୍ଷ ପ୍ରଣୟ କୁମାର ପଣ୍ଡା ଆୟବ୍ୟୟର ଅଟକଳ ଉପସ୍ଥାପିତ କରିଥିଲେ । ଶେଷରେ ମହୋତ୍ସବ କମିଟି ଉପ ସଭାପତି ଶକ୍ତିଧର ରାଜଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱନାଥ ପଟ୍ଟନାୟକ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ ।