
ରାୟଗଡ଼ା , ୧୩/୦୯/୨୨ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ବିଷମ କଟକ ପଂଚାୟତ ସମିତି ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଷମ କଟକ ପଂଚାୟତ ସମିତି କାର୍ଯ୍ୟାଳୟ ର ସମ୍ମିଳନି କକ୍ଷରେ ଆୟୋଜିତ ବୈଠକ ରେ ସମିତି ଅଧ୍ୟକ୍ଷା ଯଶୋଦା ହୁଇକା ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସହଦେବ ନାୟକ ପରିଚାଳନ କରିଥିଲେ ।


ବୈଠକ ପ୍ରାରମ୍ଭ ରେ ବ୍ଳକର କମ୍ପ୍ୟୁଟର ପୋଗ୍ରାମର ଉପସ୍ଥିତି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ବୈଠକରେ ଓଡିଶା ସରକାର ଙ୍କ ଆଇନ ତଥା ଅନୂସୂଚୀତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ବୈଠକରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ର ଯୋଜାନ ସଂକ୍ରାନ୍ତ ରେ ଉପସ୍ଥିତ ଲୋକ ପ୍ରତିନିଥି ମାନଙ୍କୁ ଅବଗତ କରିଥିଲେ ।


ବୈଠକରେ ପାନୀୟ ଜଳ,ଗମନା ଗମନ, ସ୍ୱାସ୍ଥ୍ୟ , ଶିକ୍ଷା ର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା । ଲୋକପ୍ରତିନିଧି ମାନେ ନିଜ ନିଜ ଅଂଚଳରେ ରହିଥିବା ସମସ୍ୟା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଠି ଗୋଚର କୁ ଆଣିଥିଲେ ।


ବ୍ଲକରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହଦେବ ନାୟକ ବୈଠକ ରେ ନିଜର ପରିଚୟ ପ୍ରଦାନ କରିବା ସହ ବିଷମ କଟକ ବ୍ଲକ କୁ ଏକ ଆଦର୍ଶ ବ୍ଳକରେ ଗଢି ତୋଳିବା ପାଇଁ ସମସ୍ତ ଲୋକ ପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ ।


ବିଡିଓ ଙ୍କ ଗଠନ ମୂଳକ ଚିନ୍ତାଧାରାକୁ ମନ୍ତ୍ରୀ ଶ୍ରିୀ ସାରକା ପ୍ରଶଂସା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ରେ ଆମ୍ଭ ମାନଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ବିଷମ କଟକ ବ୍ଳକର ବିଭିନ୍ନ ପଂଚାୟତରେ ଗ୍ରାମିଣ ହାଟ,ମୋଡେଲ ପାର୍କ,


ମୋଡେଲ ପୋଖରୀ,ଖେଳ ପଡିଆ,ମାଛ ଚାଷ,ଗ୍ରାମଣ ପାଠାଗାର,ସ୍ୱୟ ସହାୟକ ଗୃହ, ଏବଂ ଚାଟିକୋଣା,ହାଟମୁନିଗୁଡା, କଣାବାଇ ଗ୍ରାମ ପଂଚାୟତରେ ଜିବିକା ମିଶନ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ସଜନା ଚାଷ କରିବା ନିମନ୍ତେ ରୁଟ୍ମେପ୍ ପ୍ରସ୍ତୁତ କରାଯାଇଥିବା ବୈଠକ କୁ ସୂଚନା ଦେଇଥିଲେ ।


ବୈଠକରେ ଲୋକସଭା ସାଂସଦ ପ୍ରତିନିଧି ଚନ୍ଦ୍ରଶେଖର କୁଶଲିଆ, ଉପାଧ୍ୟକ୍ଷ ଦେବୀ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିଜୟଶାନ୍ତି କୁମ୍ଭୁରିକା,ସୁଜାତା କାଡ୍ରାକା,ସହକାରୀ ଯନ୍ତ୍ରୀ ପ୍ରତ୍ୟୁଶ କୁମାର ତ୍ରିପାଠୀ, ପ୍ରଶାନ୍ତ ପାଣିଗ୍ରାହୀ ଏବଂ ସମସ୍ତ ସରପଂଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ ।


ଆଜିର ସମିତି ବୈଠକରେ ବ୍ଲକର ସମସ୍ତ ଲାଇନ୍ ଡିପାର୍ଟମେଂଟ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ବୈଠକ ଶେଷରେ ବ୍ଳକ ପଂଚାୟତ ଅଧିକାରୀ ରଘୁନନ୍ଦନ ନନ୍ଦ ଉପସ୍ଥିତ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



