
ବ୍ରହ୍ମପୁର , ୧୩/୦୯/୨୨ ( ଜିଲ୍ଲା ଖବର ) : ସ୍ତ୍ରୀର ହକ ଦାବିରେ ଦୀନେଶଙ୍କ ଘର ବାରଣ୍ଡାରେ ବସିଥିବା ଦୀପିକାଙ୍କ ଧାରଣା ଆଛି ୪୧ ଦିନରେ ପହଞ୍ଚିଛି । ଦୀପିକା ଦୀନେଶଙ୍କ ବାରଣ୍ଡାରେ ରୋଷେଇ କରିଛନ୍ତି ।
ସନ୍ଧ୍ୟା ସମୟରେ ଦୀପିକାଙ୍କ ସହ ରହିଥିବା ଜଣେ ସହଯୋଗୀ ବିଭିନ୍ନ ପନିପରିବା, ରୋଷେଇ ସାମଗ୍ରୀ ସହ ଗ୍ୟାସ ଆଣିଥିଲେ । ଏହାପରେ ଦୀପିକା ରୋଷେଇ ଆରମ୍ଭ କରିଥିଲେ । ଦୀପିକା ୧୫ ଦିନରେ ଭାତ, ଡାଲମା ଓ ଆଳୁ ଭଜା ରୋଷେଇ କରିଛନ୍ତି ।


ଯେହୁତୁ ଦୀର୍ଘ ଏକ ମାସ ପରେ ନ୍ୟାୟ ମିଳିନଥିବା ବେଳେ ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସି ହୋଟେଲରୁ ଆଣି ଖାଉଥିଲେ । ଦୀପିକା ଧାରଣାରେ ବସିବା ଫଳରେ ସେ କରିଥିବା ଦୋକାନ ବନ୍ଦ ରହିଛି । ଯାହାଫଳରେ ଘର ଚଳିବା ବହୁତ କଷ୍ଟକର ହେଉଛି ।


ଅର୍ଥର ଅଭାବ ରହିଥିବା ବେଳେ ସବୁଦିନ ହୋଟେଲରୁ ଆଣି ଖାଇବା କଷ୍ଟକର ହେଉଛି । ତେଣୁ ଦୀପିକା ଏଭଳି ଦୀନେଶଙ୍କ ଘର ବାରଣ୍ଡାରେ ରୋଷେଇ କରିଥିବା କହିଛନ୍ତି ।


ଯେତେଦିନ ପର୍ଯ୍ୟନ୍ତ ଦୀନେଶ ଆସି ତାଙ୍କ ପୁଅକୁ ବାପାର ପରିଚୟ ସହ ତାଙ୍କୁ ସ୍ତ୍ରୀର ପରିଚିୟ ଦେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏଭଳି ଧାରଣାରେ ବସି ରୋଷେଇ କରି ଦୀନେଶଙ୍କ ଘର ବାରଣ୍ଡାରେ ବସିଥିବି ବୋଲି କହିଛନ୍ତି ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।


