
ମୋହନା , ୧୨/୦୯/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ଅଡବା ପୋଲିସ ଓ ବନବିଭାଗ ର ମିଳିତ ଚଡାଉ ବେଳେ ଜବତ ହେଲା ବିପୁଳ ପରିମାଣର ସାଇଜ କାଠ l
ଜବତ ସମସ୍ତ କାଠ ଗୁଡିକ ଶାଳ କାଠ ସାଇଜ ବୋଲି ଜଣା ପଡିଛି । ଏହି ଘଟଣା ଘଟିଛି ଅଡବା ଥାନା ଅନ୍ତର୍ଗତ ଗୁଡ଼ିମା ଗ୍ରାମ ଛକ ଠାରେ l ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅଡବା ପୋଲିସ ଓ ମୋହନା ବନବିଭାଗ ଗତକାଲି ବିଳମ୍ବିତ ରାତିରେ ଗୁଡ଼ିମା ଛକ ଠାରେ ରେ ଏକ ପିକ ଆପ ଗାଡି ନମ୍ୱର୍ OR07T1628 କୁ ଅଟକାଇ ଯାଞ୍ଚ କରିଥିଲେ l


ସେଥିରେ ୭୯ ଖଣ୍ଡ ଶାଳ କାଠ ସାଇଜ ବେଆଇନ ଭାବେ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା । ସମସ୍ତ ଶାଳ କାଠ ଓ ଗାଡିକୁ ଜବତ କରିବା ସହ ଡ୍ରାଇଭର ମହେନ୍ଦ୍ର ଦୋରାକୁ ମଧ୍ୟଗିରଫ କରିଛନ୍ତି l


ଜବତ ଶାଳ କାଠ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ 50ହାଜର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ମୋହନା ବନାଞ୍ଚଳର ରେଞ୍ଜର କଳ୍ପନା ନାୟକ ।
ଗଜପତି ଜିଲ୍ଲା ମୋହନା ବ୍ଲକରୁ ବର୍ଷା ରାଣୀଙ୍କ ରିପୋର୍ଟ ଜିଲ୍ଲା ଖବର
।
ଗଜପତି ଜିଲ୍ଲା ମୋହନା ବ୍ଲକରୁ ବର୍ଷା ରାଣୀଙ୍କ ରିପୋର୍ଟ ଜିଲ୍ଲା ଖବର



