Saturday, November 14, 2026
Home ଆଞ୍ଚଳିକ ଗୁଣ୍ଠପଡ଼ାରେ ସ୍ୱାସ୍ଥ୍ୟ ସଚେତନତା

ଗୁଣ୍ଠପଡ଼ାରେ ସ୍ୱାସ୍ଥ୍ୟ ସଚେତନତା

45

ଆସିକା,୧୦/୯(ଜିଲ୍ଲା ଖବର) : ରାଜ୍ୟ ଆୟୁଷ ସୋସାଇଟି, ଜାତୀୟ ଆୟୁଷ ମିଶନ,ଆୟୁଷ ନିର୍ଦ୍ଦେଶାଳୟ ପରାମର୍ଶକ୍ରମେ ଜିଲ୍ଲା ହୋମିଓ ପ୍ୟାଥୁକ ଚିକିତ୍ସାଧୁକାରୀ ଦକ୍ଷିଣାଞ୍ଚଳ ମଣ୍ଡଳ କାର୍ଯ୍ୟାଳୟ, ବ୍ରହ୍ମପୁରର ତତ୍ତ୍ଵାବଧାନରେ ଆସିକା ବ୍ଲକ୍ ଗୁଣ୍ଠପଡ଼ାରେ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗୁଣ୍ଠପଡ଼ା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ସୁଶୀଲ ମୋହନ ପାତ୍ର ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲା ହୋମିଓ ଚିକିତ୍ସାଧିକାରୀ ଡାକ୍ତର ରବିନ୍ଦ୍ର ପଣ୍ଡା, ବରିଷ୍ଠ ଆୟୁଷ ଡାକ୍ତର ରଞ୍ଜିତ ପଣ୍ଡା, ଡାକ୍ତର ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏହାସହ ଛାତ୍ରଛାତ୍ରୀ ଓ ସ୍କୁଲ୍ ପରିଚାଳନା କମିଟି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ। ଏ ଅବସରରେ ସ୍କୁଲ ପରିସରରେ ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା। ସହକାରୀ ଶିକ୍ଷକ ଅମୀୟ ସାମଲ, ସୁନୀତା ପରିଚ୍ଛା, ଇଶ୍ବରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ଜି. ଆନନ୍ଦ ପାତ୍ରଙ୍କ ସମେତ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।