
ଆସିକା,୧୦/୯(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ୍ ଶାଖା ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କେଦାର ନାଥ ପଣ୍ଡାଙ୍କ ପୌରହିତ୍ୟରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଏଥିରେ ୟୁଥ୍ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ଦେବବ୍ରତ ସାହୁ ଉକ୍ତ ଦିବସର ଉଦ୍ଦେଶ୍ୟ ସହିତ ଛାତ୍ର ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ତୁରନ୍ତ ଉପଷମର ବାର୍ତ୍ତା ରଖିଥିଲେ ଏବଂ କେତକ ନମୁନା ମଧ୍ୟ ଦେଖାଇଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପଣ୍ଡା ମଧ୍ୟ ଆଜିର ପରିପ୍ରେକ୍ଷୀରେ ଦୈନିକ ଆକସ୍ମିକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସାର ମହତ୍ବ ପ୍ରତିପାଦନ କରିଥିଲେ। ୟୁଥ୍ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ ଉକ୍ତ ଦିବସ ସଂଦର୍ଭରେ ନିଜ ବାର୍ତ୍ତା ରଖି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


